Monday, September 21, 2020
Home Development ଆଗଲପୁର ବ୍ଲକ ରେ ଚାଲିଛି ବିଜୁ ଯୁବ ବାହିନୀର ସ୍ୱଚ୍ଛ ପରିବେଶ ସୁସ୍ଥ ଓଡିଶା ଅଭିଯାନ

ଆଗଲପୁର ବ୍ଲକ ରେ ଚାଲିଛି ବିଜୁ ଯୁବ ବାହିନୀର ସ୍ୱଚ୍ଛ ପରିବେଶ ସୁସ୍ଥ ଓଡିଶା ଅଭିଯାନ

ଆଗଲପୁର, ଡୁଡୁକା (ମାଧବ ସାହୁ): ଆଗଲପୁର ବ୍ଲକ ରେ ବିଜୁ ଯୁବ ବାହିନୀ ଦ୍ୱାରା ସ୍ୱଚ୍ଛ ପରିବେଶ ସୁସ୍ଥ ଓଡିଶା ଅଭିଯାନ ବ୍ଲକ ର ସମସ୍ତ ସ୍କୁଲ, କଲେଜ, ବସ ଷ୍ଟାଣ୍ଡ ସବୁ ଜାଗାରେ ସ୍ୱଚ୍ଛ ପରିବେଶ କରିବ ପାଇଁ ପ୍ରୟାସ କରୁଛି |

ସେହିପରି ଆଜି ବ୍ଲକ ର ବକଟି ଗ୍ରା.ପ. ତଥା ବକଟି ଗାଁ ରେ ଥିବା ପୋଖରୀ ରାସ୍ତା ନଳକୂପ ଗାଧୁଆ ଘଟ ଗାଁରେ ଥିବା ଅନାବନା ଘାସ ପ୍ରଭୃତି ମଇଳା ଆବର୍ଜନା ଯୁବ ବାହିନୀ ଦ୍ୱାରା ସଫା କାର୍ଯ୍ୟ କରାଯାଇଥିଲା | ବକଟି ଗ୍ରାମର ଯୁବବାହିନୀ ସଭାପତି ସନ୍ଦୀପ ପ୍ରଧାନ, ସମ୍ପାଦକ ଅଙ୍କିତ ହୋତା, ମନୋଜ ମହାକୁଡ଼ ଉପସ୍ଥିତ ରହି ଗ୍ରାମର ସବୁ ଆଡେ ସଫା କାର୍ଯ୍ୟ କରାଇଥିଲେ | ବକଟି ଗ୍ରାମର ଲୋକ ଦେଖି ଖୁସି ହୋଇଥିଲେ | ଆଗଲପୁର ବ୍ଲକ୍ର ବିଜୁ ଯୁବ ବାହିନୀ ନାରାୟଣ ସାହୁଙ୍କୁ ପଚାରିବାରୁ ସେ ଆଗଲପୁର ବ୍ଲକ୍ର ସବୁ ପଂଚାୟତ ରେ କାର୍ଯ୍ୟ ଠିକ କରି ଚାଲୁଛି ଏବଂ ସବୁ ଗାଁ ଗୁଡିକରେ ଏହି ବାହିନୀ ସ୍ୱଚ୍ଛ ପରିବେଶ ସୁସ୍ଥ ଓଡିଶା ଅଭିଯାନ ଚଲେଇବା ବୋଲି ପ୍ରକାଶ କରିଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

1 COMMENT

Comments are closed.

Most Popular

“କତାପିଲି ରାମକ୍ରିଷ୍ଣା” ଦ୍ୱାରା ମାସ୍କ ଓ ସାନିଟାଇଜର ବଣ୍ଟନ

ରିପୋର୍ଟ: ଲୋକନାଥ ସାହୁ// ଗୁଡାରି(୨୦/୦୯): ମହାମାରୀ କରୋନାର କଟକଣା କୋହଳ ହେବାପରେ ଲୋକମାନେ ବିନା ମାସ୍କରେ ବାହାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ଏଣୁ ଏହିସବୁ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରି ଗୁଡାରି ସହରର "କତାପିଲି ରାମକ୍ରିଷ୍ଣା"...

ବଣ୍ଡାଘାଟୀକୁ ଛୁଇଁ ପାରିଲାନି କରୋନା ମହାମାରୀ, ମାଲକାନଗିରି

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୦/୯ ): ଦୀର୍ଘ ୬ ମାସ ଧରି କୋରୋନା ମହାମାରୀ ତାର କାୟା ବିସ୍ତାର ସାରା ବିଶ୍ୱରେ କରିଚାଲିଛି । କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ...

ଅଜଣା ଗାଡି ଧକ୍କାରେ ବୃଦ୍ଧର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୧୯/୦୯) ବିନିକା ଥାନା ମହାଦେଵପାଲି ଫାଣ୍ଡି ଅଧୀନସ୍ଥ ତୁଲୁଣ୍ଡୁପାଲି ଗାଁର ପଞ୍ଚା ସାଣ୍ଡ (୫୫) ରାସ୍ତା ଅତିକ୍ରମ କରୁଥିବା ବେଳେ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା...

ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପଦୋନ୍ନତି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବନ୍ଧୁଗାଁ ଶିକ୍ଷା ବିଭାଗ କାର୍ଯ୍ୟଳୟର ବିଭିନ୍ନ ସ୍କୁଲର କାର୍ଯ୍ୟରତ ଶିକ୍ଷକଙ୍କ...

Recent Comments

%d bloggers like this: