Advertisements
Monday, July 6, 2020
Home Development ଓଡିଶାରୁ ମଦମୁକ୍ତ ଓ ନିଶାମୁକ୍ତ କରିବା ପାଇଁ ମା ଘର ପକ୍ଷରୁ ଜିଲ୍ଲାପାଳ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ...

ଓଡିଶାରୁ ମଦମୁକ୍ତ ଓ ନିଶାମୁକ୍ତ କରିବା ପାଇଁ ମା ଘର ପକ୍ଷରୁ ଜିଲ୍ଲାପାଳ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି (ଏ.ସତୀଶ): ନବରଙ୍ଗପୁର ଠାରେ “ମା ଘର” ର ଅଧ୍ୟକ୍ଷା ଶ୍ରୀମତୀ କାଦମ୍ବିନୀ ତ୍ରିପାଠୀ ନେତୃତ୍ୱରେ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରୁ ବାହାରି ନବରଙ୍ଗପୁର ଜିଲ୍ଲାପାଳ କାର୍ଯ୍ୟାଳୟ ପହଂଚି ଜିଲ୍ଲାପାଳ ଶ୍ରୀ ଅଜିତ କୁମାର ମିଶ୍ର ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଓଡ଼ିଶାରେ ନିଶା ପାଇଁ ହିଂସା ଦିନକୁ ଦିନ ବଢିଚାଲିଛି।ଏହା ଦ୍ୱାରା ମହିଳା ଓ ଶିଶୁ ମାନେ ଶିକାର ହେଉଛନ୍ତି ।ତେଣୁ ରାଜ୍ୟରୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବା ପାଇଁ ଏହି ଶୋଭାଯାତ୍ରାରେ ସାମିଲ ହେବା ପାଇଁ ରାଜ୍ୟ ମା ଘର ଅଧକ୍ଷ। ଋତୁପୂର୍ଣା ମହାନ୍ତିଙ୍କ ନେତୃତ୍ୱରେ ଏକ ସଚେତନତା ପଦଯାତ୍ରା ଆସନ୍ତା ସେପେମ୍ବେର ୨୬ ତାରିଖରୁ ବାଲେଶ୍ୱରରୁ ବାହାରି ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଦିନ ଭୁବେନେଶ୍ୱର ପହଁଚି ରାଜ୍ୟ ସରକାର ଓ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।ନବରଙ୍ଗପୁର ଏହି ଶୋଭାଯାତ୍ରାରେ ସ୍ଵାଧୀନତା ସଂଗ୍ରାମୀ ଶ୍ରୀ ମହମ୍ମଦ ବାଜି ,ସାମାଜିକ ସେବୀ ଶ୍ରୀମତୀ ଜେମାମଣୀ ବିଶୋଇ ,ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମହାଙ୍କଡ଼ ,ପୂର୍ବତନ ବିଧାୟକ ସଦନ ନାୟକ ,ବରିଷ୍ଠ ଲେଖକ ଶ୍ରୀ ନାରାୟଣ ପଣ୍ଡା , ମା ଘର ଅଧିବକ୍ତା ହରିନାରାୟଣ ବେହେରା , ବରିଷ୍ଠ କୋମୁନିଷ୍ଟ ନେତ୍ରୀ ଶ୍ରୀମତୀ ହରାବତୀ ଗଣ୍ଡ ,ମା ଘର ସଦସ୍ୟା ମନୋରମା ନାୟକ ,କାଳିଚରଣ ପାତ୍ର ,ଅବଦୁଲ ଫିରୋଜ଼ ,ବୁଲୁ ମହାପାତ୍ର ,ନିନି ବାବୁ ତ୍ରିପାଠୀ ,ସିରାଜ ଉଦିନ ଅହମ୍ମଦ ସହ ୧୦ଟି ବ୍ଲକର ବହୁ ସଂଖ୍ୟକ ବରିଷ୍ଠ ବ୍ୟକ୍ତି ଗଣ ଯୋଗ ଦେଇଥିଲେ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: