Related Contents

ଅବ୍ୟବସ୍ଥାରେ ଗୁପ୍ତେଶ୍ୱର ଶୈବପୀଠ

ବୈପାରୀଗୁଡା (ଏନ. ସନ୍ତୋଷ କୁମାର): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ନଦୀକୂଳରେ ଆବର୍ଜନା ଜମି ଅପରିଷ୍କାର ପରିବେଶ ସୃଷ୍ଟି ହେଉଥିବା ଦୃଶ୍ୟ ଉପରେ ଗୁପ୍ତେଶ୍ୱର ଦେବୋତ୍ତର ବିଭାଗର ନଜର ପଡୁନାହିଁ |

ଗତ କିଛି ଦିନ ତଳେ ଲାଗାଁ ବର୍ଷ ଯୋଗୁଁ ନଦୀକୂଳର ସମସ୍ତ ପାହାଚ ଉପରକୁ ନଦୀପାଣି ବଢିଯାଇଥିଲା | ବର୍ତ୍ତମାନ ସେଠାରେ ବଳି, କାଠଗଣ୍ଡି, ଗଛଲତା, ବିଦ୍ୟୁତତାର, ଅନାବନା ସମାଦ୍ରୀ ଜମି ଅପରିଷ୍କାର ପରିବେଶ ସୃଷ୍ଟି ହୋଇଛି | ଯାହାକି ଏଠାକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାରରୁ ଭକ୍ତଙ୍କ ପାଇଁ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଳୁଛି | ଏହି ପରିସ୍ଥିତିରେ ଲୋକେ ନଦୀକୁ ଯିବାକୁ ପଛାଉଛନ୍ତି | କୋରାପୁଟ ଜିଲ୍ଲାର ଦର୍ଶନୀୟ ସ୍ଥାନ ତାଲିକାରେ ଗୁପ୍ତେଶ୍ୱର ସ୍ଥାନିତ ହୋଇଥିଲେ ମଧ୍ୟ କେବଳ କାଗଜ କଲମରେ ସୀମିତ ହୋଇରହିଛି | ଯଦିଓ ଗୁପ୍ତେଶ୍ୱର ପୀଠରୁ ୩୫କିମି ରେ ଥିବା ବୈପାରୀଗୁଡା ତହସିଲ ମାନଚିତ୍ର ପରିଧିରେ ଥିଲେ ମଧ୍ୟ ତାହା ୫୩କିମି ଦୂରରେ ଥିବା ଜୟପୁର ତହସିଲ ଅଧୀନରେ ପରିଚାଳିତ ହେଉଛି | ଏଣୁ ଗୁପ୍ତେଶ୍ୱର ଶୈବପୀଠକୁ ପରିଚାଳନା ପାଇଁ ବୈପାରୀଗୁଡା ତହସିଲଦାରଙ୍କୁ ଦାଇତ୍ୱ ଦେଲେ ଉନ୍ନତି ମୂଳକ କାର୍ଯ୍ୟ ସହ ପୀଠର ସୁପରିଚାଳନା ହୋଇପାରିବ ବୋଲି ସାଧାରଣରେ ଆଲୋଚନା ଚାଲିଛି |

Comments are closed.