ଜେ କେ କାଗଜକଳକୂ ଜାତୀୟ ସୁରକ୍ଷା ପୁରସ୍କାର

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୂଲ୍ୟ ନିଶଙ୍କ): କାରଖାନାର ଶ୍ରମିକ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ଉତ୍ତମ ପଦକ୍ଷେପ ପାଇଁ ଜେ କେ କାଗଜକଳକୁ ଜାତୀୟ ସୁରକ୍ଷା ୨୦୧୬ ପୁରସ୍କାର ମିଳିଛି |

୨୦୧୬ ମସିହାରେ କାରଖାନାରେ କୌଣସି ଦୁର୍ଘଟଣା ଘଟିନଥିବା ବେଳେ ନିରାପତ୍ତା କ୍ଷେତ୍ରରେ ଉଲେଖେନିୟ ଅବଦାନ ପାଇଁ ଜେ କେ କାଗଜକଳ ଜାତୀୟ ସୁରକ୍ଷା ପୁରସ୍କାର ପାଇବା ନେମନ୍ତେ ଯୋଗ୍ୟ ବିବେଚିତ ହୋଇ ଗତ ମଙ୍ଗଳବାର ଦିନ ନୂଆଦିଲ୍ଲୀ ସ୍ଥିତ କାରଖାନା ପରାମର୍ଶଦାତା ନିର୍ଦେଶକ ଜେନେରାଲ ଓ ଶ୍ରମ ଅନୁଷ୍ଠାନ ଆନୁକୂଲ୍ୟରେ ଡ଼. ଆମ୍ବେଦକରଂକ ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ଶ୍ରମ ଓ କର୍ମନିୟୋଜନ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ନିକଟରୁ ଜେ କେ କାଗଜକଳ ମୁଖ୍ୟ ନିର୍ବାହୀ ଉପସଭାପତି ପାରନ ସୁରି ପୁରସ୍କାର ଗ୍ରହଣକରିଥିଲେ | ଏହି ଅବସରରେ ଶ୍ରୀ ସୁରି ଅନୁଷ୍ଠାନର ସମସ୍ତ ସହଯୋଗୀ କର୍ମଚାରୀ ଓ ଶ୍ରମିକ ମାନଙ୍କୁ କୃତଙଜ୍ଞତା ଜଣାଇଛନ୍ତି |

Comments are closed.