ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ

ବୈପାରୀଗୁଡା (ଏନ ସନ୍ତୋଷ କୁମାର): ଆଜି ବୈପାରୀଗୁଡା ପଂଚାୟତ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି ସଭାଗୃହରେ ଆଜି ବ୍ଲକ ତରଫରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ୨୦୧୯ ଅନୁଷ୍ଠିତ ହୋଇଯାଇଛି |

ଉକ୍ତ କାର୍ଯ୍ୟାଳୟରେ ସ୍ଥାନୀୟ ବିଡ଼ିଓ ସୁଭାଷ ସିଂ ଓ ଜିପିଇଓ ସୁଭାଷ ମିଶ୍ର ଉପସ୍ଥିତ ରହି ଶତାଧିକ ବିଏଲଓ ମାନଙ୍କୁ ଭୋଟର ତାଲିକା ବିଷୟରେ ବୁଝାଇଥିଲେ | ସେଥିରେ ୧୮ ବର୍ଷରୁ ଅଧିକ ଥିବା ଲୋକଙ୍କୁ ଭୋଟ ତାଲିକାରେ ଯୋଗ କରିବା, କିଛି ଲୋକଙ୍କର ଯଦି ବାଦ କରିବା, ଭୋଟର ତାଲିକାରେ ସଂଶୋଧନ କରିବା, ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରି ତାଲିକା ତିଆରି କରିବା, ୯୦ବର୍ଷରୁ ଅଧିକ ବୟସ ଥିବା ଲୋକଙ୍କ ଏକ ତାଲିକା ପ୍ରସ୍ତୁତ କରିବା ପରି ବିଭିନ୍ନ ପ୍ରକାର ବିଷୟରେ ବୁଝାଇଥିଲେ | ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ୨୦୧୯ କୁ ଆଖିଆଗରେ ରଖି ବୁଥ ଗୁଡିକରେ ଭୋଟର ମାନେ ଭୋଟ ଦେବା ସମୟରେ କିଛି ଅସୁବିଧା ନ ପାଇବା ପାଇଁ ବର୍ତ୍ତମାନ ଠାରୁ ସଜବାଜ ହେବାକୁ ଏହି ବୈଠକରେ ଜଣାଯାଇଥିଲା |

Comments are closed.