ବରପାଲିରେ ଏକ କଲେଜ ବସ ଧକ୍କାରେ ଜଣେ ମୃତ-କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବରପାଲି ( ବାଳ କିଶୋର ଖାଡ଼ଙ୍ଗା ): ଆଜି ସକାଳ ପ୍ରାୟ ୮.୩୦ ମିନିଟ ସମୟରେ ବରପାଲିର ଜନଗହଳି ପୁର୍ଣ ବସଷ୍ଟାଣ୍ଡ ଠାରେ ସ୍ଥାନୀୟ ଏକ କଲେଜ ବସ ଧକ୍କାରେ ଜଣେ ଆହତଙ୍କ ମୃତ୍ୟୁ ହୋଇଯାଇଛି |

ଉକ୍ତ ବ୍ୟକ୍ତି ଜଣକ ଜଣେ ଗରିବ ରିକ୍ସା ଚାଳକ ଶ୍ରୀ ବିହାରୀ ସାହୁ ବୋଲି ଜଣl ପଡିଛି | ତାଙ୍କର ଛାତିରେ ମାଡ ହୋଇ ଗୁରୁତର ଯନ୍ତ୍ରଣା ଯୋଗୁଁ ପ୍ରଥମେ ବରପାଲି ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା କୁ ସ୍ଥାନାନ୍ତରଣ କରାଯାଇଥିଲା |

ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ଏକ ବରପାଲିର ଏକ କଲେଜ ବସ ଓଆର ୧୭ ଜି ୨୦୯୧ ନମ୍ବର ବସଟି ଛାତ୍ରଛାତ୍ରୀଙ୍କୁ ନେବାପାଇଁ ହଷ୍ଟେଲ ଯାଉଥିବା ସମୟରେ ବସ ଡ୍ରାଇଭର ଭାରସାମ୍ୟ ହରାଇ ଏକ ଚା ଦୋକାନ ଆଡେ ମାଡିଯାଇଥିଲା | ଫଳରେ ଚା ଦୋକାନ ସାମ୍ନାରେ ଥିବା ରିକ୍ସା ସହ ବିହାରୀ ସାହୁ ଠିଆ ହୋଇଥିବା ବେଳେ ବସ ତାଙ୍କୁ ଧକ୍କା ଦେଇଥିଲା | ରିକ୍ସା ସହ ଆଉ ୩ଟି ବାଇକ କୁ ମଧ୍ୟ ସମ୍ପୂର୍ଣ ଧକ୍କାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି | ବରପାଲି ପୋଲିସ ବସ୍କୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି | ଶେଷରେ ବୁର୍ଲା ଡାକ୍ତରଖାନା ରେ ଉକ୍ତ ରିକ୍ସା ଚାଳକ ବିହାରୀ ସାହୁଙ୍କ ମୃତ୍ୟୁ ହେବା ଫଳରେ ବରପାଲିରେ ଲୋକେ ରାସ୍ତାରୋକ କରିଥିଲେ | ପରେ ସ୍ଥାନୀୟ ତହସିଲଦାର ଓ ପୋଲିସ ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା |

Comments are closed.