Related Contents

ବଜ୍ରାଘାତରେ ଶହେରୁ ଅଧିକ ଗାଈଗୋରୁ ମୃତ- ସରକାରୀ ସହାୟତା ତଥା କ୍ଷତିପୂରଣ ଦାବି

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଦୁଆରଗୁଡି ଗ୍ରାମରେ ବଜ୍ରପାତ ଘଟି ୧୦୨ଟି ଗାଈଗୋରୁ ପ୍ରାଣ ହରାଇଛନ୍ତି |

ପ୍ରତ୍ୟେକ ବର୍ଷ ଫସଲ ଅମଳ ପୂର୍ବରୁ ଲୋକେ ନିଜ ଗାଈ ଗୋରୁଙ୍କୁ ନିକଟସ୍ଥ ପାହାଡ଼ରେ ନେଇ ଛାଡି ଆସୁଥିଲେ ଓ ଅମଲ ପରେ ଘରକୁ ଆଣୁଥିଲେ | ଚଳିତ ବର୍ଷ ମଧ୍ୟ ଫସଲ ଅମଳ ପୂର୍ବରୁ ପାଇକ ଡାକୂଳୁଗୁଡା ଗ୍ରାମବାସୀ ସେମାନଙ୍କ ଗାଈଗୋରୁଙ୍କୁ ଦୁଆର ଗୁଡ଼ି ପାହାଡ଼ରେ ଛାଡି ଆସିଥିଲେ | ପରେ ରାତିରେ ଘଡଘଡି ସହ ବର୍ଷା ହୋଇଥିଲା |
ଆଜି ସକାଳେ ଗାଈ ଜଗୁଆଳି ଯାଇ ଦେଖିବା ବେଳକୁ ୧୦୨ ଟି ଗାଈ ବଳଦ ମରି ପଡ଼ିଥିଲେ | ଖବର ପାଇ ଗ୍ରାମବାସୀ ପାହାଡକୁ ଯାଇଥିଲେ | ଚିନ୍ତାମଣି ଗୌଡ଼ ୨୫ ଟି, କୁଂଭୁକୁ ଗୌଡ଼ଙ୍କ ୧୦ ଟି, ମୁରଲୀ ଗୌଡ଼ଙ୍କ ୧୫ଟି, ଜଳନ୍ଧର ଗୌଡ଼ଙ୍କ ୧୨ ଟି, ସୁଦାମ ଗୌଡ଼ଙ୍କ ୧୫ ଟି, ସୁରେନ୍ଦ୍ର ଗୌଡ଼ଙ୍କ ୮ ଟି ଏବଂ ଝିଗିଡ଼ି ଗ୍ରାମର ଏଣ୍ଡ ମାଝୀଙ୍କ ୧୨ ଟି ଗାଈଗୋରୁ ବଜ୍ରପାତରେ ମରିଥିବା ସୂଚନା ମିଳିଛି | ଏକାସଙ୍ଗେ ସମସ୍ତ ଗାଈ ବଳଦ ମରି ଯିବାରୁ ଏହି ଗୋପାଳକଙ୍କ ଜୀବିକା ନଷ୍ଟ ହୋଇଛି | ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହେଉଛି |

Comments are closed.