Thursday, March 28, 2024

Top 5 This Week

Related Posts

ଲାଞ୍ଚ ନାହିଁ ତ ମନରେଗା ପ୍ରାପ୍ୟ ନାହିଁ : ଲାଞ୍ଚ ନ ଦେବାରୁ ପ୍ରାପ୍ୟ ପାଇବାରୁ ବୃଦ୍ଧ ବଞ୍ଚିତ

ରିପୋର୍ଟ : ବିମଳେନ୍ଦୁ ସାହୁ
ବଲାଙ୍ଗୀର,ଭରସୁଜା,(୨୦/୦୭) : ଲାଞ୍ଚ ନାହିଁ ତ ମନରେଗା ପ୍ରାପ୍ୟ ନାହିଁ | ଦାଦନ ଚାଲାଣ ରୋକିବା ପାଇଁ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାର ମନରେଗା ଯୋଜନା କାର୍ଯ୍ୟକାରୀ କରିଛନ୍ତି । କେଉଁଠି ମେସିନ ଦ୍ୱାରା ମନରେଗା କାମ କରାଯାଉଥିବା ବେଳେ ଆଉ କେଉଁଠି ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ କାମ କରି ମଧ୍ୟ ଶ୍ରମିକ ପାଉଣା ପାଇପାରୁ ନାହିଁ ।

ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ରେ ଜଳ ବିଭାଜିକା ପ୍ରକଳ୍ପ ତରଫରୁ କୃଷିପୋଖରୀ ଖନନ କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଲାଞ୍ଚ ନାହିଁ ତ ମନରେଗା ପ୍ରାପ୍ୟ ନାହିଁ |ଏହି ପଞ୍ଚାୟତ ଜେମାପାଲି ଗ୍ରାମର ଚାଷୀ ଯୁଧିଷ୍ଠିର ସାହୁ ଏକ ଲକ୍ଷ କୋଡିଏ ହଜାର ଟଙ୍କାର ପୋଖରୀ ଖନନ କରି ଅଦ୍ୟାବଧି ତାଙ୍କ ମନରେଗା ପ୍ରାପ୍ୟ ପାଇବାରୁ ବଞ୍ଚିତ ରହିଛନ୍ତି ।

ବିଭାଗୀୟ ଅଧିକାରୀ ଙ୍କୁ ଲାଞ୍ଚ ଦେଇ ନ ପାରିବାରୁ ବିଭିନ୍ନ ବାହାନା ଦେଖାଇ ତାଙ୍କୁ ପ୍ରାପ୍ୟ ଦିଆଯାଉ ନ ଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ଏ ନେଇ ବିଭାଗୀୟ ଅଧିକାରୀ ସ୍ୱୟଂପ୍ରଭା ସିଂଙ୍କୁ ପଚାରିବାରେ ଲାଞ୍ଚ ଘଟଣାକୁ ସେ ଅସ୍ଵୀକାର କରିବା ସହିତ କାମରେ ଅବହେଳା ପାଇଁ ପ୍ରାପ୍ୟ ବାକି ରହିଥିବା ସୂଚନା ଦେଇଥିଲେ ।

ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକ ଘଟଣାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ସାଧାରଣରେ ଦାବି ହେଉଛି ।

Popular Articles