Friday, September 25, 2020
Home Farmer Issue କୃଷି ଓ କୃଷକଙ୍କ ସମସ୍ୟାକୁ ନେଇ ରାଜରାସ୍ତାକୁ ଓଲ୍ହାଇବ ବିଜେପି

କୃଷି ଓ କୃଷକଙ୍କ ସମସ୍ୟାକୁ ନେଇ ରାଜରାସ୍ତାକୁ ଓଲ୍ହାଇବ ବିଜେପି

ଯାଜପୁର ବରୀ (ସତ୍ୟଜିତ ବାରିକ) : ଚଳିତ ବର୍ଷ ଲଗାଣ ବର୍ଷାରେ ବରୀ ଅଂଚଳର ପାଖାପାଖି ୧୧ହଜାର ହେକ୍ଟର ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଥିବା ବେଳେ ଅଦ୍ୟାବଧି କ୍ଷୟକ୍ଷତିର ଆକଳନ କରାଯାଇନାହିଁ ।

ବରୀ ବିଜେପି ତରଫରୁ ଯୁବ ନେତା ବିଶ୍ୱରଂଜନ ମଲ୍ଲିକ ବୁଧବାର ଅପରାହ୍ନରେ ବରୀ ବଜାର ସ୍ଥିତ ଶକ୍ତି ପୀଠଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ କ୍ଷତି ଗସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଈ ଦେବାକୁ ପ୍ରଶାସନ ଆସନ୍ତା୨୦ ଦିନ ଭିତରେ ପଦକ୍ଷେପ ଗ୍ରହଣ ନ କଲେ ଦଳ ପକ୍ଷରୁ ରାଜରାସ୍ତାକୁ ଓଲ୍ହାଇବା ସହ ବରୀ ତହସିଲ ଘେରାଉ କରାଯିବ। ଜିଲ୍ଲାର ତଳିଆ ଅଞ୍ଚଳ ଭାବେ ବରୀ ସର୍ବଦା ବନ୍ୟା ପ୍ରିପିଡ଼ିତ | ଲଗାଣ ବର୍ଷା ହେଉ କି ବନ୍ୟା ପ୍ରଥମେ ବରୀର ଚାଷୀକୁଳ ପ୍ରଭାବିତ ହୋଇଥାନ୍ତି । ମାତ୍ର ସରକାରୀ ସହାୟତାରୁ ବଞ୍ଚିତ ହୋଇଥାନ୍ତି । ଗତ ବର୍ଷ ବନ୍ୟାରେ କିମ୍ଭିରିଆପାଳ ଠାରେ ନଦୀବନ୍ଧରେ ଘାଇ ସୃଷ୍ଟି ହେବା ଫଳରେ ବାଇଁଶିରିଆ, ଭଅଁର ଓ କିମ୍ଭିରିଆପାଳ ପଂଚାୟତ ବିଚ୍ଛିନ୍ନ ହେବା ସହିତ ବ୍ୟାପକ ପରିମାଣରେ କ୍ଷୟକ୍ଷତି ହୋଇଥିଲା । ଉକ୍ତ ବନ୍ୟାରେ କ୍ଷତି ଗସ୍ତ ଚାଷୀଙ୍କୁ କ୍ଷତି ପୂରଣ ଓ ଅଞ୍ଚଳକୁ ବନ୍ୟା ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରିବାକୁ ଦାବିରଖି ବିଜେପି ପକ୍ଷରୁ ରାସ୍ତା ରୋକ କରାଯାଇଥିଲା ।

ମାତ୍ର ଚାଷୀଙ୍କ ସମସ୍ୟା ଉଠାଇ ବଜେପି ଲୋକମାନଙ୍କର ନିକଟତର ହୋଇଯିବ ବୋଲି ବିଚାର କରି ଶାସକ ଦଳ ସହଯୋଗ କରିନଥିଲା । ଘାଇ ଅଞ୍ଚଳକୁ ବୁଲିବାକୁ ଆସିଥିବା ରାଜ୍ୟର ଜଣେ ମନ୍ତ୍ରୀ ମଧ୍ୟ ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝି ନଥିଲେ । ଏପରିକି ସତ ପ୍ରତିଶତ ଫସଲ ହାନି ହୋଇଥିବା ବେଲେ ସରକାରୀ କର୍ମଚାରୀଙ୍କ ଖାମ ଖିଆଲ ନୀତି ପାଇଁ କିମ୍ଭିରିଆପାଳ ପଂଚାୟତରେ ମାତ୍ର ୪୧ପ୍ରତିଶତ ଫସଲ ବୀମା ଛାଡ଼ ଆସିଥିବା ବେଳେ,ଗମୁ ପଂଚାୟତରେ ୧ପ୍ରତିଶତ ଛାଡ଼ ଆସିଛି । ଅମଠପୁର,ସେରପୁର, ବାଲିବିଲି,ବାଲିଆ, ଇସାନପୁର, ଧାରପୁର ଭଳି ଅନେକ ପଞ୍ଚାୟତ ର ୪୫ରୁ ଅଧିକ ରାଜସ୍ବ ଗ୍ରାମଆଦୌ ଛାଡ଼ ତାଲିକାରେ ନାହିଁ । ଯଦି ଚଳିତ ବର୍ଷ ଆକଳନ ସମୟରେ ପୂର୍ବ ବର୍ଷ ପରି ତୋଷରପାତ କରାଯାଏ ତେବେ ବଜେପି ରାଜ ରାସ୍ତାକୁ ଓଲ୍ହାଇବ ବୋଲି ଯୁବ ନେତା ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି |

ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ, ଭରତ କୁମାର ସେଠୀଙ୍କ ସହିତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସରପଞ୍ଚ ଓ ଅଗଧାଡ଼ିର ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଜଣେ ମୃତ

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୨୪/୦୯): ବରୀ ବ୍ଲକ ଅଧିନସ୍ଥ ଆନ୍ୟାସପୁର ଗ୍ରାମ ରେ ପ୍ରେମ ବିବାହ କୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣକର ମୃତୁ ଘଟିଛି...

ବିଜେପି ନେତା ବି. ସୁବାଷ ଚନ୍ଦ୍ରପାତ୍ରଙ୍କ ବିୟୋଗରେ ଶୋକ

ରିପୋର୍ଟ: ବିଭୁତି ଲହରିଆ // ବାଲିଗୁଡା ୨୪/୯): ବାଲିଗୁଡାର ବରିଷ୍ଠ ବିଜେପି ନେତା ବି ସୁବାଷ ଚନ୍ଦ୍ର ପାତ୍ରଙ୍କ ବିୟୋଗରେ କନ୍ଧମାଳ ବିଜେପି ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଶୋକ ସଭା ଅନୁଷ୍ଠିତ...

ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଜୁନାଗଡ ହାଇଟେକ ଥାନା ଉଦଘାଟିତ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି ତା୨୪.୦୯.୨୦୨୦): କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ହାଇଟେକ ଥାନା ଉଦଘାଟିତ ହୋଇଯାଇଛି । ଓଡିଶା ର ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉଦଘାଟନ...

ଧାନ ଫସଲ ରେ ଅଜଣା ରୋଗ, କାମ ଦଉନି କୀଟନାଶକ,ଚିନ୍ତାରେ ଚାଷୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୪ /୯/୨୦): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ଧାନ ଫସଲରେ ମାଡି ଚାଲିଛି...

Recent Comments

%d bloggers like this: