ଗଁଦିଆ ବ୍ଲକ ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

0
142

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୩/୧୨) : ଆଜି ଗଁଦିଆ ବ୍ଲକ ଅନ୍ତର୍ଗତ ଲାଉକେଇ ଠାରେ ପ୍ରିୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି ।

ଗଁଦିଆ ବ୍ଲକ ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ପ୍ରିୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫ ରୁ ୪ ଜଣଙ୍କୁ ବ୍ୟାଟେରୀ ଚଳିତ ଗାଡ଼ି, ୧୬ ଜଣଙ୍କୁ ତିନି ଚକିଆ ସାଇକେଲ, ୧୩ ଜଣଙ୍କୁ ହୁଇଲ ଚେୟାର, ୧ ଜଣଙ୍କୁ ବ୍ରେଲି, ୬ ଜଣଙ୍କୁ ଆଶା ବାଡି, ୧୮ ଜଣଙ୍କୁ ଫିଜିଓ କିଟ, ୧୫ ଜଣଙ୍କୁ ନିରାମୟ ସ୍ୱାସ୍ଥ୍ୟ ବୀମା କାଡ଼, ୯ ଜଣଙ୍କୁ ଜୋତା ପ୍ରଦାନ କରାଯାଇ ଥିଲା ।

ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ସୁରକ୍ଷା କର୍ମୀ ଶୁଭେନ୍ଦୁ ଖୁଣ୍ଟିଆ, ଗଁଦିଆର ଅତିରିକ୍ତ ତହସିଲଦାର ଗିଟୁ ବେହେରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ୟାମ ସୁନ୍ଦର ସେଠି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।