Related Contents

ଗାଧୋଇବା ବେଳେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଉଠାଇବା ଘଟଣାରେ ଉତ୍ତେଜନା, ମାରପିଟ, ଭଙ୍ଗାରୁଜା – ଚାନ୍ଦିଲି ଥାନା ଗୋପିକାଙ୍କୁବାଡିରେ ପୋଲିସ ମୁତୟନ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ମୋବାଇଲରେ ଅଶ୍ଳୀଳ ଭିଡିଓ ଉଠାଇବା ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି | ଦୁଇ ଗୋଷ୍ଠୀ ମାରପିଟ ହେବା ପରେ ମାମଲା ଥାନାରେ ପହଂଚିଛି | ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୋପିକାଙ୍କୁବାଡି ଗ୍ରାମରେ |

ଅଭିଯୋଗ ହୋଇଛି ଯେ, ଗତକାଲି ଗୋଟିଏ ବସ୍ତିର ମହିଳାମାନେ ଗାଧୋଉ ଥିବା ବେଳେ କିଛି ଯୁବକ ସେମାନଙ୍କ ଅଶ୍ଳୀଳ ଭିଡିଓ ଉଠାଇଥିଲେ | ମହିଳାମାନେ ଏହାକୁ ବିରୋଧ କରି ଭିଡିଓ ଡିଲିଟ କରିବାକୁ କହିବା ବେଳେ ଯୁବକମାନେ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ | ପରେ ବସ୍ତିର ଯୁବକମାନେ ଭିଡିଓ ଉଠାଇ ଦୌଡ଼ି ପଳାଇଥିବା ଆଦିବାସୀ ଯୁବକମାନଙ୍କୁ ଧରି ଅଟକ ରଖି ପଚରା ଉଚରା କରିବା ପରେ ପରିସ୍ଥିତି ଅଶାନ୍ତ ହୋଇ ପଡିଥିଲା | ଆଦିବାସୀ ସାହିର ଉତ୍ତ୍ୟକ୍ତ ଯୁବକ ମାନେ ସମ୍ପୃକ୍ତ ବସ୍ତିରେ ପଶି ଲୋକଙ୍କୁ ପିଟାମରା କରିବା ସହ ଭଙ୍ଗାରୁଜା କରିଥିଲେ | ଭୟରେ ଲୋକେ ଗାଁ ଛାଡିବା ସହ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ | କିନ୍ତୁ ସାକ୍ଷାତ ସମ୍ଭବ ନ ହେବାରୁ ଚାନ୍ଦିଲି ପୋଲିସ ସହାୟତାରେ ମଧ୍ୟ ରାତ୍ରିରେ ଗାଁକୁ ଯାଇଥିଲେ |
ଏବେ ମଧ୍ୟ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି | ଏବେ ମଧ୍ୟ ଲୋକେ ଭୟରେ ଅଛନ୍ତି | ଯେ କୌଣସି ମୁହୂର୍ତ୍ତରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଥିବା ବେଳେ ଗ୍ରାମରେ ପୋଲିସ ମୁତୟନ କରାଯାଇଛି | ଘଟଣା ନେଇ ଥାନାରେ ଏତଲା ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି | ଘଟଣାର ଅନୁଧ୍ୟାନ କରିବା ପରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସପି ପ୍ରକାଶ କରିଛନ୍ତି |

Comments are closed.