ତିତିଲି ଠାରୁ କମ୍ ଗୁଲାବ ଠାରୁ ଅଧିକ ହୋଇପାରେ ବାତ୍ୟା

1
238

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୦୩/୧୨) : ତିତିଲି ଠାରୁ କମ୍ ଗୁଲାବ ଠାରୁ ଅଧିକ ହୋଇପାରେ ବାତ୍ୟା । ସମ୍ଭାବ୍ୟ ବାତ୍ୟା ଯାୱାଦ ବର୍ତମାନ ଗୋପାଳପୁର ଠାରୁ ୪୭୦ କିମି ସମୁଦ୍ରରେ ରହିଛି । ଏହା ଘଣ୍ଟା ପ୍ରତି ୨୨ କିମି ରେ ଗତି କରୁଛି ।

କାଶୀନଗର ବ୍ଲକ୍ ଓ ପୌରାଞ୍ଚଳରେ ସମ୍ଭାବ୍ୟ ବାତ୍ୟା କୁ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ଏବଂ ଖୋଦ୍ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ କାଶୀନଗର ର ଦାୟିତ୍ଵ ଦିଆ ଯାଇଛି । ତିତିଲି ଠାରୁ କମ୍ ଗୁଲାବ ଠାରୁ ଅଧିକ ହୋଇପାରେ ବାତ୍ୟା ! ବ୍ଯୋକ ପ୍ରଶାସନ ତରଫରୁ ବିଡିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ସମସ୍ତ ପଞ୍ଚାୟତର ଲୋକ ପ୍ରତିନିଧି ଓ ପଞ୍ଚାୟତ ଅଧିକାରୀଙ୍କୁ ସଜାଗ କରାଯାଇଛି । ବର୍ତମାନ ୧୫ଜଣିଆ ଓଡ୍ରଫ ଟିମ୍ କାଶୀନଗର ଠାରେ ପହଞ୍ଚି ଥିବା ବିଡ଼ିଓ ଶ୍ରୀ ସାହୁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ଓ ତାହାଦ୍ୱରା ଉପୁଜିବା ଯେକୌଣସି ପରିସ୍ଥିତି କୁ ଏଡ଼ାଇବା ପାଇଁ ସେହି ଓଡ଼୍ରଫ ଟିମ୍ ସଜାଗ ହୋଇ ରହିଛନ୍ତି ।

ଆଜି ସନ୍ଧ୍ୟାରୁ କାଶୀନଗର ରେ ଝିପି ଝିପି ବର୍ଷା ଆରମ୍ଭ ହୋଇଛି, କାଲି ସକାଳୁ ଏହି ବର୍ଷ ଅଧିକ ହୋଇପାରେ ବୋଲି ସୂଚନା ମିଳିଛି । ଆସ୍ତେ ଆସ୍ତେ ପବନ ମଧ୍ୟ ବଢୁଛି । ପ୍ରତ୍ୟେକ ଗାଁ ରେ ବୁଲି କୃଷକ ଓ ସାଧାରଣ ଜନତାଙ୍କୁ ମାଇକ ଯୋଗେ ପ୍ରଚାର କରି ସଚେତନ କରୁଛି ଜିଲ୍ଲା ପ୍ରଶାସନ ।

1 COMMENT

Comments are closed.