Advertisements
Thursday, July 2, 2020
Home Development ମାନଝରୀରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ ଦେଶି ମଦ କୋଠି ଉଛେଦ ଦାବି କଲେ ଗ୍ରାମବାସୀ

ମାନଝରୀରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ ଦେଶି ମଦ କୋଠି ଉଛେଦ ଦାବି କଲେ ଗ୍ରାମବାସୀ

ଗୋଲାମୁଣ୍ଡା (ଚିତ୍ତ ରଞ୍ଜନ ବାଗ): କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅଧିନ ମାନଝରି ଗ୍ରାମରେ ଗ୍ରାମବାସୀ ମାନଙ୍କ ପକ୍ଷରୁ ଦେଶି ମଦ କୋଠି ଉଛେଦ ଦାବି ରେ ଆନ୍ଦୋଳନ ତେଜିଛି ।

ମାନଝରି ଗ୍ରାମରେ ଥିବା ଅବହେଳିତ ଦଳିତ ତଥା ଆଦିବାସୀ ବହୁଳ ମାଲ ପଡା ରେ ବହୁ ବର୍ଷରୁ ବେଆଇନ ଭାବେ ଦେଶି ମଦ ବେପାର ଚାଲିଥିବା ବେଳେ ଭୁବନେ ଭୋଇ ନାମକ ବ୍ୟକ୍ତି କିଛି ଅସାଧୁ ବ୍ୟକ୍ତିଙ୍କ ସହାୟତାରେ କୋଠିର ମାଲିକ ସାଜି ଖୁଲମ ଖୁଲା ମଦ ବ୍ୟବସାୟ କରୁଛନ୍ତି । ଏହି କୋଠିକୁ ଖାଲିଆ କାନି ଭାଟିରୁ ପ୍ରତି ଦିନ ୪ରୁ ୫ଥର ସହ ସହ ଲିଟର ମଦ ଡ୍ରମ ମାଧ୍ୟମରେ ଆସୁଥିବା ବେଳେ ଅବକାରୀ ବିଭାଗ ତଥା ପୋଲିସ ହାତ ବାନ୍ଧି ଚୁପ ହେଇ ବସିଛି । ଏହି ମଦ କୋଠି ହେତୁ ଦିନ ରାତି ସବୁ ବେଳେ ମଦୁଆ ମାନଙ୍କ କୋଳାହଳ ବିଶୃଙ୍ଖଳା ଉତ୍ପନ୍ନ ହେଉଥିବା ବେଳେ ସ୍ଥାନୀୟ ଜନ ସାଧାରଣ ତଥା ମହିଳା ମାନଙ୍କ ନାହିଁ ନ ଥିବାର ଅସୁବିଧା ଭୋଗିବାକୁ ପଡୁଛି ।

ଅନ୍ୟ ପକ୍ଷ୍ୟରେ ମଦ ପଡାର ମଧ୍ୟ ସ୍ଥାନରେ ନିଜ ଘରେ ବିକ୍ରି କରା ଯାଉଥିବା ବେଳେ ଯୁବ ପିଢ଼ିଙ୍କି ଭବିଷ୍ୟତ ଧୀରେ ଧୀରେ ଅନ୍ଧାର ହେବାରେ ଲାଗିଛି । ଏହା ବ୍ୟତୀତ ପରିବାର ପୋଷଣ ନିମନ୍ତେ ଲୋକେ ରୋଜଗାର କରୁଥିବା ଅର୍ଥକୁ ଅନେକ ବ୍ୟକ୍ତି ବିଶେଷ ମଦରେ ଉଡାଉ ଥିବା ଯୋଗୁ ବିଭିନ୍ନ ସମୟରେ ପରିବାର ରେ ବିଶୃଙ୍ଖଳା ଦେଖା ଦେଉଥିବା ବେଳେ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇ ପାରୁନି।କହିବାକୁ ଗଲେ ମଦରେ ପୁରାପୁରି ପଡା ଭାସୁଥିବାଲେ ଆସାମାଜିକ ପରିବେଶ ସୃଷ୍ଟି ହୋଇ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ହୋଇଛି । ଏଭଳି କାରବାର କୁ ବନ୍ଦ କରିବା ଦାବି ନେଇ ମାଲପଡା ବାସୀ ମଦ କୋଟିକୁ ତୁରନ୍ତ ଉଛେଦ ଦାବିରେ ଗୋଳାମୁଣ୍ଡା ଠାରେ ଶତାଧିକ ଲୋକ ରେଲି ପ୍ରଦର୍ଶନ କରି ଥାନାରେ ଅଭିଯୋଗ କରିଛନ୍ତି । ଯଦି ମାଲପଡା ରେ ଥିବା ମଦ କୋଠିକୁ ତୁରନ୍ତ ବନ୍ଦ କରାଯାଇ କୋଠି ମାଲିକଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆ ନଯାଏ ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ପଡ଼ାବାସୀ ଚେତାବନୀ ଦେଇଛନ୍ତି ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: