Related Contents

ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

ଗୋଲାମୁଣ୍ଡା( ଚିତ୍ତ ରଞ୍ଜନ ବାଗ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ପଣ୍ଡକୁଲ୍ ଗ୍ରାମର ରାସ୍ତାକଡ ଏକ ଲିମ ଗଛରେ ଆଜି ସକାଲେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ମୃତକ ଜଣକ ହେଉଛନ୍ତି ପଣ୍ଡକୁଲ୍ ଗ୍ରାମର ପରିକ୍ଷୀତ ମେହେର (୫୦) | ସେ ବିବାହିତ ତାଙ୍କର ଦୁଇଟି ସ୍ତ୍ରୀ ପୁଅ ଝିଅ ପାଞ୍ଚଟି ଥିବା ବେଲେ ଗ୍ରାମବାସୀଙ୍କ କହିବା ଅନୁସାରେ ମାନସିକ ଗ୍ରସ୍ଥ ଅବସ୍ଥାରେ ଥିଲେ । ଘଟଣାସ୍ଥଳରେ ଦଶପୁର ପୋଲିସ ଏସ ଅାଇ ଅକ୍ଷୟ ପଟ୍ଟନାୟକ ପହଞ୍ଚି ତଦନ୍ତ ଆରମ୍ଭ କରି ଶବ ବ୍ୟଵଚ୍ଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଲେ ।

Comments are closed.