Friday, March 29, 2024

Top 5 This Week

Related Posts

ବେଆଇନ କାଠ ମାଫିଆ ଙ୍କ ଦୌରାତ୍ମ ବୃଦ୍ଧି,୬୪ ଖଣ୍ଡ ସାଗୁଆନ କାଠ ଜବତ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୦୨/୧୨) : ଟିଟିଲାଗଡ଼ ରେଞ୍ଜ ରେ ବ୍ୟାପକ ବେଆଇନ କାଠ ମାଫିଆ ଙ୍କ ଦୌରାତ୍ମ ବୃଦ୍ଧି ପାଉଛି । ବଡ଼ମାଲ, ଫପସି ଓ ଧରପଗଡ଼ ଅଞ୍ଚଳରେ ବୃଦ୍ଧି ପାଉଥିବା ବେଳେ ଉକ୍ତ ଗାଁକୁ ଲାଗିଥିବା ବର୍ଣି ସଂରକ୍ଷିତ ଜଙ୍ଗଲ କାଠ ମାଫିଆଙ୍କ ଯୋଗୁଁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି ।

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଞ୍ଜ ଅନ୍ତର୍ଗତ ବଡମାଲ ଫପସି ଗ୍ରାମ ଇବ୍ରାହିମ ଖାନ (ବାବିଲି)ଙ୍କ ଘରେ ବେଆଇନ ସାଗୁଆନ ପଟା ରହିଥିବା ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ସୂଚନା ପାଇବା ପରେ ବଡ଼ମାଲ ବନ ବିଭାଗକୁ ଖବର ଦେଇଥିଲେ । ବଡମାଲ ଫରେଷ୍ଟର ପ୍ରିୟଙ୍କା ପୋଡ଼ଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମ ରେ ଫପସି ଗ୍ରାମର ବେଆଇନ କାଠ ମାଫିଆ ଇବ୍ରାହିମ୍ ଖାନଙ୍କ ଘରେ ଚଢଉ କରି ପାଖାପାଖି ୬୪ ଖଣ୍ଡ ଶାଗୁଆନ କାଠ ଜବତ କରିଛି ।

କାଠକୁ ଜବତ କରି ଅଭିଯୋଗ କାରୀକୁ କୋର୍ଟ ଚାଲାଣ କରାଯିବ ବୋଲି ବଡ଼ମାଲ ବନବିଭାଗ ଅଧିକାରୀ ପୁଷ୍ପାଞ୍ଜଳି ପୋଢ଼ ସୂଚନା ଦେଇଛନ୍ତି । ଜବତ ହୋଇଥିବା କାଠ ର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିରେ ନାଗ ହରପାଲ, ନୁପୁର ଜାଲ, ନିଳାଞ୍ଚଳ ମାଝୀ, ଭଗବାନ ମାଝୀ, ସୋମନାଥ ମାଝୀ, ବିଦ୍ୟାଧର ବୁଡେକ ପ୍ରମୁଖ ବନ କର୍ମଚାରୀ ସାମିଲ ଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles