Related Contents

୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ଗୁଣୁପୁର (ପ୍ରଦୀପ ପାତ୍ର): ରାୟଗଡା ଜିଲ୍ଲା ଗୁଣୁପୁର ସହର ମୁତ୍ୟଲୁମା ମନ୍ଦିର ନିକଟରେ ଥିବା ଏକ ଘରେ ଗତ କଲି ରାତିରେ ୧୧କେଭି ବିଦ୍ୟୁତ ତାର ଛିଡି ପଡିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳା ମୃତ |

ସେହି ମହିଳା ସୁବାସିନୀ ଗୌଡ଼ ବୟସ ୩୦ ବର୍ଷ, ସ୍ୱାମୀ କାଳିଆ ଗୌଡ଼ ଓ ତାଙ୍କ ପରିବାର ତୁର୍କନିଗୁଡାରୁ ଆସି ମୁତ୍ୟଲୁମା ମନ୍ଦିର ନିକଟ ଏକ ଭଡା ଘରେ ରହୁଥିଲେ | ଗତ କଲି ରାତି ୯ଘଣ୍ଟା ସମୟରେ ପବନ ବର୍ଷ ହୋଇଥିଲା | ସେହି ସମୟରେ ସମସ୍ତ ପରିବାର ଘରେ ଥିଲେ | ହଠାତ ଏକ ବିରାଟ ଶବ୍ଦ ଶୁଭିଥିଲା | ଏଥିରେ ୧ଗୋରୁଙ୍କୁ ମୃତ୍ୟୁ ହୋଇଥିଲା ଓ ସୁବାସିନୀ ଗୁରୁତର ହୋଇଥିଲେ | ସଂଗେ ସଂଗେ ପରିବାର ଲୋକେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଆଜି ସକାଳେ ଗ୍ରାମର ଶତାଧିକ ଲୋକମାନେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ପହଂଚି ଥିଲେ ଓ ମୃତ ପରିବାରକୁ ସାହାଯ୍ୟ ସହଯୋଗ କରିବାକୁ ବିଦ୍ୟୁତ ବିଭାଗକୁ ଦାବି କରିଥିଲେ | ବିଦ୍ୟୁତ ବିଭାଗ ତରଫରୁ ତୁରନ୍ତ ୩୦ହଜାର ଟଙ୍କା ଓ ପରେ ସରକାରୀ ନିୟମ ଅନୁଯାୟୀ ଯଥା ସାହାଯ୍ୟ ସହଯୋଗ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା |

Comments are closed.