ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ ସ୍ୱର୍ଣ୍ଣାଭ ନାଗଭରଣ ବେଶ ପାଇଁ ୫୧ ହଜାର ଟଙ୍କା ଦାନ କଲେ ଜିଲ୍ଲାପାଳ

0
185

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,ତା (୧୯/୦୭) : କପିଳାସ ପୀଠ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉ ବିଜେଙ୍କ ଦେବଦୂର୍ଲଭ ସ୍ୱର୍ଣ୍ଣାଭ ନାଗଭରଣ ବେଶ ପାଇଁ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ୫୧ ହଜାର ଟଙ୍କା ଚେକ୍ ମାଧ୍ୟମରେ ଦାନ କରିଛନ୍ତି ।

ଆଜି ପୂର୍ବାହ୍ନ ରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉ ଙ୍କ ସ୍ୱର୍ଣ୍ଣାଭ ନାଗଭରଣ ବେଶ ପାଇଁ ଉପ ଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ, ଦେବୋତ୍ତର , ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କୁ ଜିଲ୍ଲାପାଳ ଶ୍ରୀ ବେହେରା ନିଜର ବ୍ୟକ୍ତିଗତ ଜମା ରାଶି ରୁ ଏହି ଅର୍ଥ ଦାନ କରିଛନ୍ତି ।

ଶ୍ରୀ ଜୀଉ ଙ୍କ ସ୍ୱର୍ଣ୍ଣାଭ ନାଗଭରଣ ବେଶ ପାଇଁ ସ୍ୱତଃ ପ୍ରବୃତ୍ତ ଭାବେ ଆଗ୍ରହ ର ସହିତ ସମସ୍ତ ଜନସାଧାରଣ ଯଥା ସାଧ୍ୟ ଅର୍ଥ ଦାନ କରିବାକୁ ଜିଲ୍ଲାପାଳ ଶ୍ରୀ ବେହେରା ବିଶେଷ ଅନୁରୋଧ କରିଛନ୍ତି ।