ଅହେତୁକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଓ ମନଇଚ୍ଛା ବିଜୁଳି କାଟ୍ ପ୍ରତିବାଦରେ ବିଜେପିର ଦାବିପତ୍ର ପ୍ରଦାନ

0
206

ରିପୋର୍ଟ : ମିନା ବେହେରା
କୋରାପୁଟ,ବନ୍ଧୁଗାଁ,(୧୯/୭) : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବିଜୁଳି ସବଷ୍ଟେସନକୁ ବିଜେପି ଦଳ ତରଫରୁ ଘେରାଉ କରାଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ୫ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । ଅହେତୁକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ସାଙ୍ଗକୁ ଅଘୋଷିତ ବିଜୁଳି କାଟ୍ ସବୁ ମହଲରେ ସମସ୍ୟା ସୃଷ୍ଟି କରିଛି ।

ବିଜୁଳି କର୍ମଚାରୀ ମାନେ ମଧ୍ୟ ଲଗାମ ଛଡା ହୋଇ ମନଇଚ୍ଛା କାର୍ଯ୍ୟ କରୁଛନ୍ତି । ଅହେତୁକ ବିଦ୍ୟୁତ୍ ଶୁଳ୍କ ହେତୁ ଗରିବ ଗୁରୁବା ବିଦ୍ୟୁତ୍ ବିଲ୍ ନବାନ୍ଧିଲେ ବିଜୁଳି ସଂଯୋଗ କାଟି ଦେଉଛନ୍ତି । ବଡ ବଡିଆଙ୍କୁ ସାତ୍ ଖୁନ୍ ମାଫ୍ ଭଳି ଦୟା ଦେଖାଇ ଚୁପ ରହୁଛନ୍ତି । ଗରିବଙ୍କ ପାଇଁ କହିବାକୁ କେହି ନଥିବାରୁ ଆଜି ବିଜେପି ଦଳ ପ୍ରତିବାଦ କରିବାକୁ ଆଗେଇ ଆସିଛି ।

ଏନେଇ ଆଜି ବିଜେପି ଦଳର ଶତାଧିକ କର୍ମକର୍ତ୍ତା ହାତରେ ଦଳୀୟ ପତାକା ଧରି ବନ୍ଧୁଗାଁ ସଦର ପଞ୍ଚାୟତ କାର୍ଯ୍ୟାଳୟରୁ ଏକ ବିରାଟ ପଟୁଆରରେ ବାହାରି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରି ଦେଢ କିଲୋମିଟର ଦୂର ପାଦରେ ଚାଲି ଚାଲି ବିଜୁଳି ବିଭାଗ କାର୍ଯ୍ୟଲୟ ଠାରେ ପହଁଞ୍ଚି ଥିଲେ ।

କିନ୍ତୁ ବିଜେପି ଦଳର ଘେରାଉ କଥା ଆଗରୁ ଜାଣିପାରି କନିଷ୍ଠ ଯନ୍ତ୍ରୀ ହେଡକ୍ଵାଟର ଛାଡି କେଉଁ ଆଡେ ଚାଲି ଯାଇଥିଲେ । ତାଙ୍କର ଅନୁପସ୍ଥିତିରେ ବିଦ୍ୟୁତ ବିଭାଗର ଜଣେ କର୍ମଚାରିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ।

ଅତ୍ୟଧିକ ବିଜୁଳି ଶୁଳ୍କ ପ୍ରତ୍ୟାହାର କରାଜାଉ,ଦୈନିକ ବିଜୁଳି କାଟ୍ ପାଇଁ ଅନେକ ସରକାରୀ କାର୍ଯ୍ୟ ରେ ବାଧା ହେଉଥିବାରୁ ୨୪ଘଣ୍ଟିଆ ବିଜୁଳି ଯୋଗାଇ ଦିଆଯାଉ,କୃଷି କ୍ଷେତ୍ର ଓ ଶୀତଳ ଭଣ୍ଡାର ପାଇଁ ବିଦ୍ୟୁତ ବିଲରେ ସବସିଡ଼ି ଦିଆଯାଉ,ଲୋ ଭୋଲ୍ଟେଜ୍ ପାଇଁ ପିଲାଙ୍କ ପାଠ ପଢାରେ ବାଧା ଉପୁଜୁଛି ତେଣୁ ଏଥି ପ୍ରତି ଧ୍ୟାନ ଦିଆଯାଉ,ଲୋକେ ବିଲ୍ ବାନ୍ଦି ନପାରିଲେ ବିଦ୍ୟୁତ ସଂଯୋଗ ନକାଟି ସେଥିରେ କୋହଳ ନିଷ୍ପତି ଗ୍ରହଣ କରାଯାଉ ବୋଲି ଉକ୍ତ ଦାବି ପତ୍ରରେ ଉଲ୍ଲେଖ ରହିଛି ।

ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ଓ ବନ୍ଧୁଗାଁର ବ୍ଲକ ବିଜେପି ସଭାପତି ମଧୁ ଗାଣ୍ଟାଙ୍କ ନିର୍ଦ୍ଦେଶ କ୍ରମେ ଆଜିର ବ୍ଲକ ଘେରାଉ ରାଲିର ଆୟୋଜନ କରାଯାଇଥିଲା |

ଏଥିରେ କୁମ୍ଭାରୀପୁଟ ମଣ୍ଡଳ ସୋଭାପତି ମକରଧ୍ଵଜ ଖରା,ବନ୍ଧୁଗାଁ ବ୍ଲକ ପ୍ରଭାରୀ ମଙ୍ଗଳମଣି ତୁରୁକୁ, ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାଥୀ କୁମୁଦ ସାମୋନ୍ତା, ଜିଲ୍ଲା ଯୁବମଞ୍ଚ ସଭାପତି ମନୋଜ ସାହୁ,ଜିଲା ସମ୍ଫାଦକ, ସରତ ପାତ୍ର, ଜି. ରାମୁଡୁ ବରିଷ୍ଟ କର୍ମୀ, କୁମ୍ଭାରୀପୁଟ ମଣ୍ଡଳ ଉପ ସଭାପତି ଦେବେନ୍ଦ୍ର ବିଡ଼ିକା, ବ୍ଲକ କାର୍ଯ୍ୟକର୍ତା କର୍ମୀ ତପି ତେଣ୍ଟା ବାରିଆ,ସତାଧିକ ବିଜେପି କର୍ମୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।