ଢେଙ୍କାନାଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଦ୍ୱାରା ଏଡସ୍ ଦିବସ ପାଳିତ

0
139

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୨/୧୨) : ଅଦ୍ୟ ୦୧/୧୨/୨୦୨୧ ଦିନ ଢେଙ୍କାନାଳ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ଦେହୁରୀ ଙ୍କ ନିର୍ଦ୍ଦେଶ କ୍ରମେ ଡିଜିଟାଲ ମାଧ୍ୟମରେ ଏଡସ୍ ଦିବସ ପାଳିତ ହୋଇଯାଇଅଛି ।

ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ଉପସ୍ଥିତ ରହି ଏଡସ୍ ରୋଗର ଉତ୍ପତି ଏବଂ ବର୍ତ୍ତମାନ ର ସ୍ଥିତି ଉପରେ ଏକ ଆଲୋଚନା କରିଥିଲେ । ଏତଦ୍ ସହିତ ଏଡସ୍ ରୋଗରେ ପୀଡିତ ଥିବା ଲୋକ ମାନଙ୍କୁ ଘୃଣା ନ କରିବା, ତାଙ୍କୁ ସେବା କରିବା, ଚିକିତ୍ସାଳୟ ଗୁଡିକର ଭୂମିକା ଏବଂ ଏହି ରୋଗ କୁ କିପରି ରୋକାଯାଇ ପାରିବ ସେ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ପ୍ୟାନେଲ ଲୟର, ପି.ଏଲ.ଭି ପ୍ରମୁଖ ଉପସ୍ଥିତ ଥିଲେ ।