ପୁରୁଣାକଟକ ଠାରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ବିଶ୍ୱ ଏଡ୍ସ ଦିବସ ପାଳିତ

0
141

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୦୧/୧୨) : ପୁରୁଣାକଟକ ଠାରେ ଭୈରବୀ ମହାବିଦ୍ୟାଳୟ ରେ ବିଶ୍ୱ ଏଡ୍ସ ଦିବସ ପାଳିତ ଜାତୀୟ ସେବା ଯୋଜନା ଓ ଯୁବ ରେଡ କ୍ରସ ଆନୁକୂଲ୍ୟରେ ଅନୁଷ୍ଠିତ ହେବା ସହ ଏକ ସଭା ର ଆୟୋଜନ କରାଯାଇଥିଲା |

ଉକ୍ତ ସଭାରେ ପୁରୁଣାକଟକ ଠାରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ. ପୁର୍ନେନ୍ଦୁ ତ୍ରିପାଠୀ ଅଧକ୍ଷ୍ୟତା କରିଥିଲେ | ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଲଳିତ କୁମାର ମେହେର, ଡ଼ଃ. ପ୍ରମୋଦ କୁମାର ମହାପାତ୍ର, ଅଧ୍ୟାପିକା ସୁଷମାରାଣୀ ବହିଦାର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏଡ୍ସ ସତେଚନତା ବାର୍ତ୍ତା ଉପରେ ଆଲୋକପାତ କରିଥିଲେ | ଏହି ଅବଶରରେ ଛାତ୍ର ଛାତ୍ରୀ ମାନଙ୍କୁ ରେଡ ରିବନ ବିତରଣ କରାଯିବ ସହିତ ଏକ ବକୃତା ପ୍ରତିଯୋଗିତା କରାଯାଇଥିଲା |

ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଏନ ଏସ ଏସ ପୋଗ୍ରାମ ଅଫିସର ରମେଶ ଚନ୍ଦ୍ର ତାରିଣିଆ ଏବଂ ଯୁବ ରେଡ କ୍ରସ ଜିଲ୍ଲା ସଂଯୋଜକ ସୁରେଶ୍ୱର ଯୋଶୀ ପରିଚାଳନା କରିଥିଲେ | ଏନ ଏସ ଏସ ପୋଗ୍ରାମ ଅଫିସର ରଂଜିତ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର କର୍ମ କର୍ତ୍ତା ଓ ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ |