ଜୟପୁର ଲୋକାଲ ଫଣ୍ଡ ଅଡିଟ କଲୋନୀରେ ଅଘଟଣ-କାନ୍ଥପଡି ୮ବର୍ଷର ପୁଅର ମୃତ୍ୟୁ

ଜୟପୁର(ସୌମ୍ୟ ରଞ୍ଜନ ସାହୁ): ଆଜି ଅର୍ଥାତ ୧୪ ସେପ୍ଟେମ୍ବର ୨୦୧୮ ସକାଳ ୯-୩୦ମିନିଟ ସମୟରେ ଜୟପୁର ଖ୍ରୀଷ୍ଟିଆନ ପେଟା ନିକଟରେ ଥିବା ଲୋକାଲ ଫଣ୍ଡ ଅଡିଟ କଲୋନୀର ଏକ ବିପଦ ସଂକୁଳ ଘୋଷିତ କୋଠାର କାନ୍ଥପଡି ସମର ରଣାଙ୍କ ୮ବର୍ଷର ପୁଅ ଚନ୍ଦ୍ର ରଣାଙ୍କ ମୃତ୍ୟୁ ଘଟିଛି।

ଘଟଣାଟି ଏମିତି ଥିଲା । ସମର ରଣା ମୂଲ ଲାଗି ନିଜର ପରିବାର ପୋଷଣ କରନ୍ତି । ଗଣେଶ ପୂଜା ନୂଆ ଖାଇ ଛୁଟି ଥିବାରୁ ସମର ରଣାଙ୍କ ୮ବର୍ଷର ପୁଅ ଚନ୍ଦ୍ର ରଣା (୨ୟ ଶ୍ରେଣୀ ଛାତ୍ର) ସାଙ୍ଗ ମାନଙ୍କ ସହିତ ଖେଳିବାକୁ ବାହାରି ଯାଇଥିଲା । ସାଙ୍ଗ ମାନଙ୍କ ସହିତ ଖେଳିବାକୁ ଯାଇଥିଲେ, ଲୋକାଲ ଫଣ୍ଡ ଅଡିଟ କଲୋନୀର ପରିତ୍ୟକ୍ତ ବିପଦ ସଂକୁଳ ଘୋଷିତ ଜରାଜୀର୍ଣ୍ଣ କୋଠାକୁ । ସାଙ୍ଗମାନଙ୍କ ସହିତ ଖେଳିଥିବା ସମୟରେ ଗତ ଲଗାଣ ବର୍ଷାରେ ଦୁର୍ବଳ ହୋଇପଡିଥିବା କୋଠାର ଗୋଟିଏ କାନ୍ଥପଡି ଚନ୍ଦ୍ର ରଣାଙ୍କ ଉପରେ ପଡିଯାଇଥିଲା । ଖବର ପାଇ ପରିବାର ଲୋକେ ଓ ସ୍ଥାନୀୟ ଲୋକମାନେ ଚନ୍ଦ୍ରଙ୍କୁ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟକୁ ସଂଗେ ସଂଗେ ନେଇ ଆସିଥିଲେ । କିନ୍ତୁ ଚିକିତ୍ସାଳୟ ଡାକ୍ତର ପରୀକ୍ଷା କରି ଚନ୍ଦ୍ର ରଣାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରଶ୍ନ ଉଠେ ଏଇମିତି ଅନେକ ଜରାଜୀର୍ଣ୍ଣ ସରକାରୀ ଓ ବେସରକାରୀ କୋଠା ବିପଦସଂକୁଳ ଘୋଷଣା କରି ପ୍ରଶାସନ ଚୁପ ବସିଯାଉଛି । ଯଦି କିଛି ପଦକ୍ଷେପ ନେଇ ଏଭଳି କୋଠା ଗୁଡିକୁ ଭଙ୍ଗାଯାଇ ଥାଆନ୍ତା, ତେବେ ଆଜି ଚନ୍ଦ୍ର ଭଳି କିଛି ନିଷ୍ପାପ ମଣିଷଙ୍କ ଜୀବନ ଦୀପ ଲିଭିଯାଇ ନଥାନ୍ତା |

One response to “ଜୟପୁର ଲୋକାଲ ଫଣ୍ଡ ଅଡିଟ କଲୋନୀରେ ଅଘଟଣ-କାନ୍ଥପଡି ୮ବର୍ଷର ପୁଅର ମୃତ୍ୟୁ”

  1. KUNAR Ranjit says:

    Bholo news