Friday, March 29, 2024

Top 5 This Week

Related Posts

ମରୁଡି ପରିସ୍ଥିତିରେ ପ୍ରଶାସନର ନୀରବତା ନେଇ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୩୦/୧୧) : ମରୁଡି ପରିସ୍ଥିତିରେ ପ୍ରଶାସନର ନୀରବତା ନେଇ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ |

ବଲାଙ୍ଗିର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଅଦିନିଆ ବର୍ଷା ଯୋଗୁଁ ଅନେକ ପଞ୍ଚାୟତରେ ଗଜା ମରୁଡ଼ି ଦେଖା ଦେଇଛି । ଫଳରେ ଏହି ଗଜା ମରୁଡ଼ିର ରିପୋର୍ଟ ସଂଗ୍ରହ କରିବା ସହିତ କ୍ଷତିପୂରଣ ଦାବିରେ କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପଥୀ ଓ ସ୍ଥାନୀୟ ତହସିଲଦାର ସୁରେନ୍ଦ୍ର ମେହେରଙ୍କୁ ଶିଷକେଲା ଓ ବେଲଗା ପଞ୍ଚାୟତର ଚାଷୀମାନେ ବହୁବାର ଅଭିଯୋଗ କରିଛନ୍ତି । ହେଲେ ମରୁଡି ପରିସ୍ଥିତିରେ ପ୍ରଶାସନର ନୀରବତା ନେଇ ଚାଷୀଙ୍କ କଥାକୁ କେହି ନ ଶୁଣିବାରୁ ଶେଷରେ ଆଜି ବାଧ୍ୟହୋଇ ଶିଷକେଲା ପଞ୍ଚାୟତ ସରପଞ୍ଚ ଉମାକାନ୍ତ ରଣାଙ୍କ ନେତୃତ୍ୱରେ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଆଗରେ ଶତାଧିକ ଚାଷୀ ଧାରଣା ଦେବାସହ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ।

ଅନ୍ୟପଟେ କୃଷି ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ କ୍ଷତିପୂରଣ ନଦେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles