ଆଗାମୀ ଡ଼ିସେମ୍ବର ୩ ରେ ଆଶା ଦିଦି ଙ୍କ ରାଜଧାନୀ ରେ ଆନ୍ଦୋଳନ

0
154

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୦/୧୧) : ରାଜ୍ୟ ରେ କାର୍ଯ୍ୟରତ ଆଶା ଦିଦି ମାନଙ୍କ ଅନେକ ଦାବୀ ନେଇ ଆଗାମୀ ଡ଼ିସେମ୍ବର ୩ ତାରିଖରେ ରାଜଧାନୀ ଭୁବନେଶ୍ଵର ରେ ଏକ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଆଶା କର୍ମଚାରୀ ସଂଘ ତରଫରୁ ନିଷ୍ପତି ନିଆଯାଇଛି ।

ଭାରତୀୟ ମଜଦୂର ସଂଘ ର ଆହ୍ୱାନ କ୍ରମେ ଆଶା କର୍ମଚାରୀ ସଂଘ ତରଫରୁ ଗଜପତି ଜିଲ୍ଲା କାଶୀନଗର ଠାରେ ଏକ ବୈଠକ ଅନୁଷ୍ଟିତ ହୋଇ ଯାଇଛି । ଏହି ବୈଠକ ରେ ଆଶା ଦିଦି ଙ୍କୁ ସରକାରୀ ମାନ୍ୟତା ଦେବା, ଦରମା ବୃଦ୍ଧି କରିବା ସହ ପେନସନ ଦେବା ଇତ୍ୟାଦି ଅନେକ ଦାବୀ ରହିଛି । ଏଣୁ ଆଗାମୀ ୩ ଡ଼ିସେମ୍ବର ତାରିଖରେ ଆଶା ଦିଦି ମାନଙ୍କ ବିଭିନ୍ନ ପ୍ରକାର ର ଦାବୀ ନେଇ ଭୁବନେଶ୍ଵର ଠାରେ ଆଶା କର୍ମଚାରୀ ସଂଘ ତରଫରୁ ବିକ୍ଷୋଭ ଓ ଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି ।