ପ୍ରଦୂଷଣମୁକ୍ତ ସଚେତନତା ବାର୍ତ୍ତା ନେଇ ସାରା ଭାରତ ସାଇକେଲ ଯାତ୍ରା

0
153

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(ତା ୨୮/୧୧) : ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ବିଶ୍ୱ ପ୍ରଦୂଷଣର ବିଷ ବଳୟ ମଧ୍ୟରେ ପୂରି ରହିଛି l ପ୍ରଦୂଷଣମୁକ୍ତ ସଚେତନତା ବାର୍ତ୍ତା ନିମନ୍ତେ ପଶ୍ଚିମବଙ୍ଗ ରାଜ୍ୟ ର ପ୍ରାଥମିକ ଶିକ୍ଷକ ରାମ ପ୍ରସାଦ ନସ୍କର ସାଇକେଲରେ ସାରା ଭାରତ ଭ୍ରମଣ କରି ଓଡିଶା ର ନୂଆପଡା, ସହେଲା, ତେଲିବନ୍ଧ ପରେ ବିରନରସିଂହପୁର ନର୍ସରୀ ଠାରେ ପହଞ୍ଚିଥିଲେ lWhatsApp Image 2021 11 29 at 8.46.02 AM ପ୍ରଦୂଷଣମୁକ୍ତ ସଚେତନତା ବାର୍ତ୍ତା ନେଇ ସାରା ଭାରତ ସାଇକେଲ ଯାତ୍ରା

ଏଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲେ l ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ପ୍ରଦୂଷଣମୁକ୍ତ ସଚେତନତା ବାର୍ତ୍ତା ନେଇ ସାରା ଭାରତ ସାଇକେଲ ଯାତ୍ରାରେ ମାହେଶ୍ୱରୀ ଗୋ ଶାଳା ର ଅଧକ୍ଷ ନିର୍ଗୁଣ ମହାକୁଡ଼, ସମ୍ପାଦକ କୃତ୍ତିବାସ ପଲିଆ, କୋଷାଧ୍ୟକ୍ଷ ଉଦ୍ଧବ କଳତା, ସୁବୋଧ ପ୍ରଧାନ, ଅଶୋଜ ସାହୁ, ସୌଭାଗ୍ୟ ରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l ଅପରାହ୍ନରେ ମାହେଶ୍ୱରୀ ଗୋଶାଳା ଦଁତାପାଲି ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କଲାପରେ ସମ୍ବର୍ଦ୍ଧନା କରାଯାଇଥିଲା l

ଏଥିରେ ଗୋଶାଳା ତତ୍ୱାବଧାରକ ଭାଗ୍ୟଧର ମହାକୁଡ଼, ପ୍ରଭାତଚନ୍ଦ୍ର ପ୍ରଧାନ, ନିର୍ଗୁଣ ମହାକୁଡ଼, କୃତ୍ତିବାସ ପଲିଆ, ରୋହିତ ଭୋଇ, ମହେନ୍ଦ୍ର ପ୍ରଧାନ ଓ ଜ୍ୟୋତିରଞ୍ଜନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l