Related Contents

ନିଖୋଜ ମହିଳାଙ୍କ ଗାଁ ପୋଖରୀରେ ଶବ ଉଦ୍ଧାର

ମୁରିବାହାଲ (ଭଗବାନ ମହାନ୍ତି ): ମୁରୀବାହଲ ଥାନା ଗାଁରେଇ ଗ୍ରାମର ର୍ଟକୁନୁ ଛୁରାଙ୍କର ପତ୍ନୀ ବିଳାସ ଛୁରା (୫୫) ପଦ୍ମାବତୀ ଗାଁ ପୋଖରୀରେ ଶବ ଭାଷୁ ଥିବାକୁ ଆଜି ସକାଳେ ଦେଖିବାକୁ ପାଇଲେ |

ମୁରିବାହାଲ ଥାନାକୁ ଖବର ଦେଲାପରେ ମୁରିବାହାଲ ଥାନାର ଆଇଆଇସି ଲୋକନାଥ ଭୋଇ,ଏ ଏସ ଆଇ ପଦ୍ମନାଭ ରାଉତ, କନେଷ୍ଟବଲ ସୁନୀଲ କୁମ୍ହାର ଯାଇ ଶବକୁ ବ୍ୟବଚ୍ଛେଦ ପାଈଁ ପଠେଇଛନ୍ତି ଓ ଏକ ଅପମୃତ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି | ସୂଚନା ଅନୁସାରେ ଗତ ନଅ ତାରିଖ ସନ୍ଧ୍ୟାରେ ର୍ଟକୁନୁ ଛୁରା ମୁରୀବାହଲ ଥାନାରେ ଏକ ନିଖୋଜ ମାମଲା ଏତେଲା କରିଛନ୍ତି | ବିଳାସ ଜଣେ ମାନସିକ ରୋଗୀ ବୋଲି ତାଙ୍କର ଏତେଲାରେ ସେ ଦର୍ଶାଇଛନ୍ତି |

Comments are closed.