ବାଲିଗାଁ ବିକାଶରେ ବାଧକ ସୁରାନଦୀ

ବୈପାରୀଗୁଡା (ଏନ ସନ୍ତୋଷ କୁମାର): ବୈପାରୀଗୁଡା ବ୍ଲକ ବାଲିଗାଁ ପଂଚାୟତର ବିକାଶରେ ବାଧକ ସାଜିଛି ସୁରାନଦୀ |

ପଂଚାୟତ କାର୍ୟାଳୟଠାରୁ ମାତ୍ର ୨କିଲୋମିଟର ପରେ ସୁରାନଦୀ ଆରପଟ ଥିବା ବରେଇଗୁଡ଼ା, କଦମଗୁଡା, ତଳିଆଗୁଡା, କୁଶପରିଆଗୁଡା, କୌଡିମୁଣା ଗ୍ରାମବାସୀ ବର୍ଷତମାମ ନାହିଁ ନ ଥିବା ଦୁର୍ଦଶା ଭୋଗୁଛନ୍ତି | ଏବଂ ତାହା ବର୍ଷ ଋତୁରେ ପୁଣି ଦ୍ବିଗୁଣିତ ହେଉଛି | ପ୍ରତିଦିନ ଏହି ଅଂଚଳରେ ୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିପଦ ସଂକୁଳ ଅବସ୍ଥାରେ ଥିବା ଏହି ନଦୀ ପରା ହୋଇ ବିଦ୍ୟାଳୟକୁ ଆସୁଛନ୍ତି | ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ବଦଳରେ ସାଇକଲ କିମ୍ବା ଖଟିଆର ସାହାଯ୍ୟ ନେଇଥାନ୍ତି | ଗର୍ଭବତୀଙ୍କୁ ଡାକ୍ତର ଖାନାକୁ ଖଟିଆରେ ବୋହି ଆଣିବା ଘଟଣା ବହୁବାର ଘଟି ଯାଇଛି | ହାତ ବଜାରକୁ ଏହି ଅଂଚଳର ଲୋକେ ଆସିପାରୁନଥିବା ଅଭିଯୋଗ କରିଛନ୍ତି | ସମସ୍ୟାରେ ଛନ୍ଦି ରହିଥିବା ଏହି ଅଂଚଳର ବିଷୟରେ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ଓ ବିଧାୟକ ଠାରୁ ସାଂସଦ ପର୍ଯ୍ୟନ୍ତ ଅଭିଯୋଗ କରି ଶେଷରେ ନିରାଶ ହୋଇଥିବାର ଜଣାପଡିଛି | ସରକାର ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ଏହି ସୁରାନଦୀ ଉପରେ ପୋଲ ନିର୍ମାଣ ଦିଗରେ ପଦକ୍ଷେପ ନେଲେ ବାଲିଗାଁ ପଂଚାୟତ ର ପାଞ୍ଚଖଣ୍ଡ ଗାଁ ସହ ନୂତନ ଗ୍ରାମପଂଚ୍ୟତ ଚେରେକାର ସମସ୍ତ ଗାଁ ଲୋକେ ଉପକୃତ ହେବେ ବୋଲି ସ୍ଥାନୀୟ ସରପଞ୍ଚ ରତନା ନାୟକ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି |

Comments are closed.