ମୁରିବାହାଲ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ

ମୁରୀବାହଲ (ଭଗବାନ ମହାନ୍ତି): ମୁରିବାହାଲ ଠାରେ ଆଜି ଶତାଧିକ କଂଗ୍ରେସ କର୍ମୀ ମାନେ ପୂର୍ବତନ ବିଧାୟକ ସନ୍ତୋଷସିଂ ସାଲୁଜାଙ୍କ ଆହ୍ୱାନରେ ବନ୍ଦ ପାଳନ କରିଛନ୍ତି |

ବ୍ଲକ ସଭାପତି ପ୍ରଫୁଲ ବଘାର, ଉପସଭାପତି ବିଭୀଷଣ ତାଣ୍ଡି ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀମାନେ ପିକେଟିଂ କରି ଦୁକାନ, ବଜାର, କାର୍ଯ୍ୟାଳୟ ସବୁ ବନ୍ଦ କରିଥିଲେ | ପେଟ୍ରୋଲ ଦର ବୃଦ୍ଧି, ରାଫେଲ ସ୍କାମକୁ ଉଠାଇ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ | ନାରାବାଜି କରିବା ସହିତ ରାସ୍ତା ରୋକ କରି ଟାୟାର ଜାଳି ରାସ୍ତାକୁ ବନ୍ଦ କରିଥିଲେ | ଏଥିରେ ଅନେକ କଂଗ୍ରେସକର୍ମୀ ନେତା ସାମିଲ ହେଇଥିଲେ | ଏଥି ମଧ୍ୟରୁ ଭୀମସେନ ପଧାନ, ଯଦୁପତି ଅଗସ୍ତି, କୃଶଚନ୍ଦ୍ର ପଧାନ, ମlନପତି ସାଂଡ, ଗୁରୁମିତ ସିଂ, ଗିରିଧାରୀ ସାହୁ ଆଉ ଅନେକ କଂଗ୍ରେସ କର୍ମୀ ମୁଖ୍ୟ ସାମିଲ ଥିଲେ |

Comments are closed.