ବିଦେଶ ଫେରନ୍ତା ଙ୍କ ଉପରେ ୧୦ ଦିନ ସଙ୍ଗରୋଧ : ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର

0
156

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୮/୧୧) : କରୋନାର ନୂଆ ଭାରିଏଣ୍ଟ ଯେଉଁ ଦେଶରେ ବିପଦ ସୃଷ୍ଟି କରିଛି । ବିଦେଶ ଫେରନ୍ତା ଙ୍କ ଉପରେ ୧୦ ଦିନ ସଙ୍ଗରୋଧ କରାଯିବ । ବିଦେଶରୁ ଯେଉଁ ମାନେ ଆସିବେ ବିମାନ ବନ୍ଦରରେ ସେମାନଙ୍କ କୋଭିଡ ଟେଷ୍ଟ କରାଯିବ । ଯଦି ପଜେଟିଭ ଆସିଲା ତାହେଲେ ସେମାନଙ୍କ ସମ୍ପୁଲଙ୍କୁ ଜେନଂ ସିକୁଏନ୍ସ ପାଇଁ ଆଇ ଏଲ ଏସକୁ ପଠାଯିବ

ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, କୋରୋନା ର ନୂଆ ଭାରିଆଣ୍ଟ ପାଇଁ ଖୁବ ଶୀଘ୍ର ଆଡ଼ଭାଇଜରି ଜାରି କରିବେ ରାଜ୍ୟ ସରକାର । ବିଦେଶ ଫେରନ୍ତା ଙ୍କ ଉପରେ ୧୦ ଦିନ ସଙ୍ଗରୋଧ ବାଧ୍ୟତାମୂଳକ କରାଯିବ । ସମସ୍ତ ଜିଲାପାଳ, ସିଡ଼ିଏମଓ ଓ ମୁନିସିପାଳିଟି କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ସ୍କୁଲ କଲେଜ ହଷ୍ଟେଲରେ ଉପରେ କଡା ନଜର ରଖିବା ପାଇଁ ନିର୍ଦ୍ଦେଶ ।

ଫୋକସରେ 3T । ଟେଷ୍ଟି, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟୀକାକରଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ । ସ୍କୁଲ କଲେଜରେ ଏବଂ ହଷ୍ଟେଲ ରେ ସ୍ୱତନ୍ତ୍ର ସଂଗରୋଧ କେନ୍ଦ୍ର କରିବା ପାଇଁ କୁହାଯାଇଛି । କୋଭିଡ ମାର୍ଗଦର୍ଶିକା ପାଳନ ପାଇଁ କୁହାଯାଇଛି । ସ୍କୁଲ କଲେଜ ହଷ୍ଟେଲରେ ସୁର୍ଭିଲାନସି କରିବା ପାଇଁ ନିର୍ଦ୍ଦେଶ । ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହିଛି ସ୍କୁଲ ନ ଆସିବା ପାଇଁ କୁହାଯାଇଛି । ଲକ୍ଷଣ ଥିଲେ ତାଙ୍କର ତୁରନ୍ତ ଟେଷ୍ଟ କରାଯିବ l

ସେ କହିଛନ୍ତି, ଯେଉଁଠି ଅଧିକ ସଂକ୍ରମଣ ବାହାରିବ ତାହାକୁ ସିଲ କରାଯିବା ସହ ପୂର୍ବ ନିୟମକୁ କଡାକଡି ପାଳନ କରାଯିବ । ସମସ୍ତେ ସତର୍କ ରହିଲେ ତୃତୀୟ ଲହରକୁ ଏଡାଇ ଯାଇପାରିବା । ବିଦେଶ ଫେରନ୍ତା ଉପରେ ରହିବ ନଜର । ଯେଉଁମାନେ ବିଦେଶରୁ ଫେରିବେ ୧୦ ଦିନ ସଙ୍ଗରୋଧରେ ରହିବେ ।