Related Contents

ସାତବାହନୀ ନାଳରୁ ଶବ ଉଦ୍ଧାର, ଜଣେଅଟକ

ମୁରିବାହାଲ (ଭଗବାନ ମହାନ୍ତି): ଟିଟିଲାଗଡ ଥାନା ଅନ୍ତର୍ଗତ ସାତବାହନୀ ଜଂଗଲଲର ଏକ ନାଳରେ ପୁଲିସ ରବିବାର ପୂର୍ବାହ୍ନରେ ଜଣେ ଯୁବକଙ୍କର ମୃତ ଦେହ ଉଦ୍ଧାର କରିଛି |

ମୃତ ଯୁବକ ଜଣକ ଟିଟିଲାଗଡ ଥାନା ଅନ୍ତର୍ଗତ କୁଶକେଲ ଗ୍ରାମର ସ୍ବର୍ଗତ ପରମେଶ୍ୱର ବାଗଙ୍କ ବଡ ପୁଅ ବବଲୁ ବାଗ (35ବର୍ଷ) ବୋଲି ଜଣାପଡିଛି | ବହୁଦିନ ହେଲା ସେ ଟିଟିଲାଗଡ ବୈଶେନା ଦେବୀ ନିକଟରେ ରହୁଥିଲେ ବୋଲି ଜଣାପଡୁଛି | ଆଜି ଅଚାନକ ତାଙ୍କ ମୃତଦେହ ଟିଟିଲାଗଡ ସହରରୁ ୧୫ କିଲୋମିଟର ଦୂର ଜଙ୍ଗଲ ରାସ୍ତାର ପୋଲ ତଳ ନାଳରେ ପାଣି ମଧ୍ୟରେ ମୁଣ୍ଡ ତଳକୁ ହୋଇ ଉଦ୍ଧlର ହେବା ନେଇ ଭିନ୍ନ ଆଲୋଚନା ହେଉଛି | ଘଟଣା ସମ୍ପର୍କରେ ଖବର ପାଇ ଟିଟିଲାଗଡ ତହସିଲଦାର ସୁମନ କିଶୋର ଡୁଙ୍ଗ, ଆଇଆଇସି ବିଜୟାନନ୍ଦ କାର୍କରା,ଏସଆଇ ବିଶି ପୁଟେଲ ପ୍ରମୁଖ ଘଟଣା ସ୍ଥଳରେ ପହଂଚିଥିଲେ | ଘଟଣା ନେଇ ସରୋଜ ମହାପାତ୍ର ଏସଡିପିଓ ତଥା ଆଇଆଇସି ତଦନ୍ତ ଆରମ୍ଭ କରିଛନ୍ତି | ପୁଲିସ ସେନେଇ ଏକ ମାମଲା ୠଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ବ୍ୟବଚ୍ଛେଦ ପରେ ଶବକୁ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା | ପୁଲିସ ଏନେଇ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି | କିଛି ଦିନ ପୂର୍ବରୁ ମଧ୍ୟ ଏହି ଜଙ୍ଗଲରେ ଉଲଗ୍ନ ଶବ ଉଦ୍ଧlର ହେଇଥିଲା, ଏବେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି |

Comments are closed.