ଧର୍ମଗଡରେ ବି.ଜେ.ଡି ତରଫରୁ ପ୍ରତିବାଦ ଓ ଜନ ସଚେତନ ସଭା

ଧର୍ମଗଡ଼ (ଯୁବରାଜ ଅଗ୍ରୱାଲ): ପେଟ୍ରୋଲ ଏବଂ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଏକ ଜନ ସଚେତନ ଏବଂ ପ୍ରତିବାଦ ସଭା କାର୍ଯ୍ୟକ୍ରମ ବି.ଜେ.ଡି ତରଫରୁ ହୋଇଯାଇଛି l

ପ୍ରଥମେ ଏନ.ଏ.ସି.ଅଫିସ ପାଖରୁ ଦଳୀୟ କର୍ମୀ ଦଳୀୟ ପତାକା ହାତରେ ଧରି ପେକେଟିଙ୍ଗ କରି ରାଜା ରାସ୍ତା ଦେଇ ଏକ ରାଲି ବାହାରି ଇଣ୍ଡିଆନ ପେଟ୍ରୋଲ ପମ୍ପ ଆଗରେ ବସି ଅଭିଭାଷଣ ଦେଇଥିଲେ | ନଗର ସଭାପତି ଦିବ୍ୟସିଂହ ମହାନ୍ତିଙ୍କ ନେତୃତ୍ୱରେ ତଥା ବରିଷ୍ଠ ବିଜେଡି ନେତା ଅଶୋକ ପଟ୍ଟଯୋଷୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ଶ୍ରୀ ବିବେକ ରଞ୍ଜନ ମିଶ୍ର,ବରିଷ୍ଠ ବିଜେଡି ନେତା ଥବିର ପ୍ରସାଦ ସାହୁ,ବିଧାୟକ ପ୍ରତିନିଧି ଶ୍ରୀ ଗୌରଚନ୍ଦ୍ର ଛତ୍ରିଆ,ଏନ୍.ଏ.ସି ବିଧାୟକ ପ୍ରତିନିଧି ମଦନ ମୋହନ ନାଏକ,ବ୍ଲକ ସାଧାରଣ ସଂପାଦକ ଶ୍ରୀ ଯୋଗେନ୍ଦ୍ର ସାହୁ,ଯୁବ ଛାତ୍ର ନେତା ଅଭିଷେକ ଆଚାର୍ଯ୍ୟ ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଏନ୍.ଏ.ସି ଉପାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତି ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ପରିଚାଳନାରେ ନରେଶ ଦାସ ଏବଂ ପ୍ରଶାନ୍ତ ପୁରୋହିତ ଏବଂ ଅନ୍ୟ ବି.ଜେ.ଡି କର୍ମୀ ସହଯୋଗ କରିଥିଲେ l

Comments are closed.