Saturday, August 8, 2020
Home Accidental Death ନେପାଳର ପାର୍ବତ୍ୟାଞ୍ଚଳ ଦେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ-୬ ଯାତ୍ରୀ ମୃତ

ନେପାଳର ପାର୍ବତ୍ୟାଞ୍ଚଳ ଦେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ-୬ ଯାତ୍ରୀ ମୃତ

କାଠମାଣ୍ଡୁ: କେନ୍ଦ୍ରୀୟ ନେପାଳର ପାର୍ବତ୍ୟାଞ୍ଚଳ ଦେଇ ଶନିବାର ସକାଳୁ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ, ପାଇଲଟ ସମେତ ୬ଜଣଙ୍କର ମୃତ୍ୟୁ ହୋଇଛି। ହେଲିକପ୍ଟର ଦୁର୍ଘଟଣାରୁ ଜଣେ ମହିଳା ଯାତ୍ରୀ ବଞ୍ଚିଯାଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିବା ହେଲିକପ୍ଟର ‘ଅଲ୍ଟିଚୁଡ ଏୟାର ହେଲିକପ୍ଟର’ ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ଏଥିରେ ଜଣେ ଜାପାନୀ ଟ୍ରିକେର ମଧ୍ୟ ଯାତ୍ରୀ ଥିଲେ। ଗୋରଖା ଜିଲ୍ଲା ଦେଇ ଯାଉଥିବା ହେଲିକପ୍ଟର ପାଇଲଟ ଏୟାର ଟ୍ରାଫ୍ରିକ କଣ୍ଟ୍ରୋଲ ସହିତ ସଂପର୍କ କରିପାରି ନଥିଲେ। ଏହାପରେ ସେ ଭାରସାମ୍ୟ ହରାଇଥିଲେ। ଫଳରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ନିମ୍ନଗାମୀ ହୋଇଥିଲା।କାଠମାଣ୍ଡୁ ବିମାନବନ୍ଦର ମହାପ୍ରବନ୍ଧକ ରାଜ କୁମାର ଛେତ୍ରୀ କହିଛନ୍ତି ଦଧିଙ୍ଗ ଜିଲ୍ଲାର ପଡୋଶୀ ଜିଲ୍ଲାରେ ଥିବା ପାର୍ବତ୍ୟାଞ୍ଚଳରେ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଆମେ ଦୁର୍ଘଟଣାସ୍ଥଳକୁ ପହଞ୍ଚିବାକୁ ଉଦ୍ୟମ କରୁଛୁ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନେପାଳରେ ଘରୋଇ ହେଲିକପ୍ଟର ଶିଳ୍ପ ବଢୁଛି। ନେପାଳରେ ସଡ଼କ ପଥ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବାରୁ ପର୍ଯ୍ୟଟକମାନଙ୍କୁ ହେଲିକପ୍ଟର ମାଧ୍ୟମରେ ଦୁର୍ଗମ ସ୍ଥାନକୁ ନିଆଯାଇ ଘରୋଇ ହେଲିକପ୍ଟର କମ୍ପାନିମାନେ ଭଲ ଟଙ୍କା ରୋଜଗାର କରୁଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: