ଖରିଫ ଫସଲ ବୀମା ରାଶି ପ୍ରଦାନ ଦାବି ନେଇ ଗୋଳାମୁଣ୍ଡା ବ୍ଲକ ୪ଟି ପଞ୍ଚାୟତର ଚାଷୀ ମାନଙ୍କ ଅନିର୍ଦ୍ଦିଷ୍ଟ କାଳ ରାସ୍ତା ରୋକ ଓ ଗଣଧାରଣା

ଗୋଳାମୁଣ୍ଡା (ଚିତ୍ତରଞ୍ଜନ ବାଗ): କଲାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅଧିନ ଦଶପୁର,ଧାମନପୁର,ରେଙ୍ଗସା ପାଳି,ଚହକା ଏହି ୪ଗୋଟି ଗ୍ରାମ ପଂଚାୟତର ଚାଷୀ ମାନେ ଆଜି ଖରିଫ ଫସଲ ବୀମା ରାଶି ପ୍ରଦାନ ଦାବି ନେଇ ରାଜ ରାସ୍ତାକୁ ଆନ୍ଦୋଳନରେ ଓହ୍ଲାଇ ଛନ୍ତି ।

ଗତ ବର୍ଷ ଖରିଫ ଫସଲ ନିମନ୍ତେ ଗୋଳାମୁଣ୍ଡା ବ୍ଲକ ରେ ଥିବା ୨୮ ଗୋଟି ପଞ୍ଚାୟତର ଚାଷୀ ବୀମା ଆବେଦନ କରିଥିଲେ ।ହେଲେ ଏହି ୪ଟି ପଂଚାୟତ ର ଚାଷୀ ମାନଙ୍କୁ ଫସଲ ବିମାରୁ ବଂଚିତ କରା ଯାଇଥିବା ବେଳେ ଅନ୍ୟ ସବୁ ପଂଚାୟତ ର ଚାଷୀ ମାନେ ଲାଭବାନ ହୋଇଥିଲେ।ଗୋଳାମୁଣ୍ଡା ବ୍ଲକ ଏକ ପଛୁଆ ବ୍ଲକ ଭାବେ ପରିଚିତ ଥିବା ବେଳେ ଏଠାରେ ଲୋକେ ନିଜର ଜୀବନ ଜୀବିକା ନିମନ୍ତେ ଚାଷ ଉପରେ ନିର୍ଭର କରି ଥାନ୍ତି । ଚାଷୀ ମାନେ ମୁଣ୍ଡ ଝାଲ ତୁଣ୍ଡରେ ମାରି ଧାର କରଜରେ ବୁଡି ଚାଷ କରୁ ଥିଲେ ହେଁ ଲଗାତାର କିଛି ବର୍ଷ ହେଲା ବର୍ଷା ଦାଉ ସାଜି ଚାଷୀଙ୍କ ମେରୁ ଦଣ୍ଡ ଭାଙ୍ଗି ଦେଇଛି।ଏପରି ସ୍ଥଳେ ଚାଷୀ ମାନଙ୍କ କ୍ଷତି ପୂରଣ ନିମନ୍ତେ ସରକାର ଫସଲ ବୀମା ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ଗତ ବର୍ଷ ବୀମା ଆବେଦନ କରିଥିବା ୪ଟି ପଞ୍ଚାୟତର ଚାଷୀ ଉପଯୁକ୍ତ ସେବାରୁ ବଂଚିତ ଅଛନ୍ତି।ସରକାରଙ୍କ ଏଭଳି ଚାଷୀ ମାରଣ ନୀତି କୁ ବିରୋଧ କରି ୪ଟି ପଞ୍ଚାୟତ ରେ ଥିବା ବଂଚିତ ଚାଷୀ ମାନେ ତୁରନ୍ତ ଗତ ବର୍ଷର ଖରିଫ ଫସଲ ବୀମା ରାଶି ପ୍ରଦାନ ଦାବି ନେଇ ଗୋଳାମୁଣ୍ଡା ଧର୍ମଗଡ଼ ମୁଖ୍ୟ ରାସ୍ତା କୁ ହଳଦୀ ତେଲ ନଦୀ ପୋଲ ଉପରେ ରାସ୍ତାରୋକ କରିବା ସହ ଧାରଣା ଦେଇଛନ୍ତି।ଏହି ଆନ୍ଦୋଳନ ରେ ୪ଟି ପଂଚାୟତ ରୁ ଶତାଧିକ ଚାଷୀ ଯୋଗ ଦେଇଥିବା ବେଳେ ଚାଷୀ ମାନଙ୍କ ରାଜ ରାସ୍ତାକୁ ଅବରୋଧ କରିବା ଯୋଗୁ ମୁଖ୍ୟ ରାସ୍ତା ରେ ଗମନା ଗମନର ବ୍ୟବସ୍ଥା ଠପ ହୋଇଥିଲା ।ଫଳରେ ସାଧାରଣ ଲୋକଙ୍କୁ ଯାତାୟାତ ରେ ବହୁ ବାଧା ପ୍ରାପ୍ତ ହୋଇଥିଲା।

Comments are closed.