ଆଇ ଟି ଡି ଏ ଓ ଶିକ୍ଷା ଭାରତୀ ଟ୍ରଷ୍ଟର ସହାୟତାରେ ମାଗଣା ଟେଲି (Tally) ଆବାସିକ ଶିକ୍ଷା

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ମାଲକାନଗିରି ଜିଲ୍ଲାରେ ଆଇ ଟି ଡି ଏ ଓ ଶିକ୍ଷା ଭାରତୀ ଟ୍ରଷ୍ଟର ସହାୟତାରେ ଜିଲ୍ଲାର ଆଦିବାସୀ ଛାତ୍ରୀ ମାନଙ୍କୁ ମାଗଣା ଟେଲି (Tally) ଆବାସିକ ଶିକ୍ଷା ଦିଆଯାଇ ଆସୁଥିଲା l

ଶିକ୍ଷା ଅବଧି ସମାପ୍ତ ହେବା ପରେ ଆଜି ସମସ୍ତ ଛାତ୍ରୀ ମାନଙ୍କୁ ମାନପତ୍ର ଦିଆଯାଇଥିଲା l ସର୍ବମୋଟ ୩୦ ଛାତ୍ରୀଙ୍କୁ ମାନପତ୍ର ଦେବା ସହ ଆଇ ଟି ଡି ଏ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମକୃଷ୍ଣ ଗଣ୍ଡ, ବରିଷ୍ଠ କିରାଣୀ ହିରଣ୍ୟ ଭତ୍ରା, କୋଷାଧକ୍ଷ ଟି. ଶ୍ରୀନିବାସ ରାଓ, ପ୍ରକଳ୍ପ ମୁଖ୍ୟ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାସ, ପ୍ରକଳ୍ପ ସଂଯୋଜକ ସୋମେଶ କୁମାର ବାଘ, ପ୍ରଶିକ୍ଷକ ସନ୍ତୋଷ କୁମାର ସ୍ୱାଇଁ ଓ ଆର ପ୍ରିୟଦର୍ଶିନୀ ଦାସ ଉପସ୍ଥିତ ରହି ସହଯୋଗ କରିଥିଲେ l ଆଗାମୀ ଦିନରେ ଯୁବତୀ ମାନଙ୍କୁ ୧୨ ଜଣଙ୍କୁ ବାଙ୍ଗଲୋରରେ ନିଯୁକ୍ତି ନିମନ୍ତେ ବ୍ୟବସ୍ଥା ହୋଇଅଛି ବୋଲି ସୂଚନା ଦେଇଥିଲେ |

Comments are closed.