ଆମ୍ ଆଦମୀ ପାର୍ଟି ର ସ୍ଥାପନା ଦିବସ ଏବଂ ସମ୍ବିଧାନ ଦିବସ ପାଳନ, କର୍ମୀ ମାନଙ୍କର ତିନି ଘଣ୍ଟିଆ ଅନଶନ

0
262

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୨୬/୧୧) : ଆମ୍ ଆଦମୀ ପାର୍ଟି ର ବ୍ୟବସ୍ଥା ପରିବର୍ତ୍ତନ ରାଜନୀତି ର ନବମ ବର୍ଷ l ଆପ୍ କ୍ରାନ୍ତିର ନବମ ବର୍ଷ lf938064e e3e5 443f 8773 e9aebd4832dd ଆମ୍ ଆଦମୀ ପାର୍ଟି ର ସ୍ଥାପନା ଦିବସ ଏବଂ ସମ୍ବିଧାନ ଦିବସ ପାଳନ, କର୍ମୀ ମାନଙ୍କର ତିନି ଘଣ୍ଟିଆ ଅନଶନ

ତା ୨୬/୧୧/ ୨୦୨୧ ଶୁକ୍ରବାର ଦିନ ଜାତୀୟ ସମ୍ବିଧାନ ଦିବସ ଏବଂ ଆମ୍ ଆଦମୀ ପାର୍ଟି ର ନବମ ସ୍ଥାପନା ଦିବସ ଅବସରରେ କର୍ମୀମାନେ ସ୍ଥାନୀୟ ଗାନ୍ଧୀ ପାର୍କ ମୂର୍ତ୍ତି ପାଖରେ ଏକତ୍ରିତ ହୋଇ ସାମୟିକ ଭାବେ ତିନି ଘଣ୍ଟିଆ ଅନଶନରେ ବସି ଭ୍ରଷ୍ଟ ରାଜନୈତିକ ଦଳ ଗୁଡିକର ହିଂସା ବିରୁଦ୍ଧରେ ନାରା ବାଜି ଦେଇଥିଲେ l ସେମାନେ ଶାସକ ଦଳ ହୁଅନ୍ତୁ ବା ବିରୋଧି ହୁଅନ୍ତୁ ସାଧାରଣ ଲୋକଙ୍କ ମନରେ ଭ୍ରାନ୍ତ ସୃଷ୍ଟି କରି ହିଂସାର ପଥ ଆପଣାଉଛନ୍ତି l

ସେ ଅଣ୍ଡା ମାଡ଼ ହେଉ ବା ଟମାଟର ମାଡ଼ ହେଉ ବା କଳା ପତାକା ହେଉ, ସେ ମନ୍ତ୍ରୀ ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ଲୋକ ମାନଙ୍କ ଟିକସ ରୁ ଦରମା ନେଇ ସେମାନଙ୍କ ମଧ୍ୟରେ ଲଢେଇ ଝଗଡା କରାଇବା ଏହି ଭ୍ରଷ୍ଟ ଦଳ ଗୁଡିକର ମୁଖ୍ୟ ଉଦ୍ଦେଶ୍ୟ la7ae5b75 f65e 4823 97e3 5fe61f0d85dc ଆମ୍ ଆଦମୀ ପାର୍ଟି ର ସ୍ଥାପନା ଦିବସ ଏବଂ ସମ୍ବିଧାନ ଦିବସ ପାଳନ, କର୍ମୀ ମାନଙ୍କର ତିନି ଘଣ୍ଟିଆ ଅନଶନ ଲୋକମାନଙ୍କ ମୌଳିକ ଅଧିକାର ସମ୍ପର୍କରେ ଚିନ୍ତାକରିବା ଏମାନଙ୍କ ପାଖରେ ସମୟ ନଥାଏ l

ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଏହି ଭ୍ରଷ୍ଟ ଦଳ ଗୁଡିକର ପାର୍ଥୀଙ୍କୁ ଉଚିତ ଶିକ୍ଷା ଦେବାପାଇଁ ଆପ୍ ର ଜିଲ୍ଲା ଆବାହକ ,ଶ୍ରୀଯୁକ୍ତ ଜନ୍ମେଜୟ ସ୍ବାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି l