Related Contents

ବଚସା ପରେ ଗୋଣ୍ଡଗୋଳ ଘଟଣାରେ ଜଣଙ୍କ ମୃତ

ଝରିଗାଁ (ତ୍ରିନାଥ ଧାରୁଆ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଟେମର। ପଞ୍ଚାଯତର ସାନଟେମରା ଗ୍ରାମରେ ଆଜି ଦୁଇ ଜମି ମାଲିକଙ୍କ ମଧ୍ୟରେ ଚାଷ ଜମି ମଧ୍ୟରେ ପାଣି ବନ୍ଧା ଯିବା ଘଟଣା ନେଇ ସାମାନ୍ୟ ଗଣ୍ଡଗୋଳ ପରେ ଉଗ୍ରରୂପ ନେଇ ଏହି ଘଟଣାରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିବାର ଜଣାଯାଇଛି |

ମୃତକର ପୁଅ କୁମ ମାଝିଙ୍କ ଦ୍ଵାରା ଝରିଗାଁ ଥାନାରେ ପ୍ରଦାନ କରାଯାଇଥିବା ଲିଖିତ ଅଭିଯୋଗ ଅନୁଯାଇ,ତାଙ୍କ ବାପା ରାଜକୁମାର ମାଝି (୫୯)ସବୁଦିନ ଭଳି ଆଜି ମଧ୍ୟ ସକାଳୁ ସାନଟେମରା ସ୍ଥିତ ନିଜ ଚାଷ ଜମିକୁ ଯାଇଥିଲେ | ଚାଷ ଜମି ନିକଟରେ ସେହି ଗାଁର ସମଦୁ ମାଝି ଏବଂ ତାଙ୍କ ପୁଅ ସମନାଥ ମାଝି ରାଜକୁମାରଙ୍କ ସହିତ ଜମିରେ ପାଣି ବାନ୍ଧିବା ଘଟଣା ନେଇ ପଟି ତୁଣ୍ଡ କରିଥିଲେ, ସାମାନ୍ୟ ବଚସାଟି ଉଗ୍ର ରୂପ ନେବା ପରେ ସମସ୍ତେ ନିଜ ନିଜ ଘରକୁ ଫେରି ଠେଙ୍ଗା ନେଇ ପୁଣି ଜମି ମଧ୍ୟକୁ ଯାଇଥିଲେ | ରାଜକୁମାର ଏକାକୀ ଥିବା ବେଳେ ସମଦୁ ମାଝି ଏବଂ ତାଙ୍କ ପୁଅ ସାମନାଥ ମାଝି ଏବଂ ଗଣେଶ ମାଝି ଠେଙ୍ଗା ଧରି ରାଜକୁମାରକୁ ଜଗି ରହିଥିଲେ । ରାଜକୁମାରଙ୍କ ପଛେ ପଛେ ପରିବାର ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ରାଜକୁମାରକୁ ତଳେ ପକାଇ ଠେଙ୍ଗା ଦ୍ଵାରା ନିର୍ଦ୍ଧୂମ ଆକ୍ରମଣ କରାଯାଉଥିବାର ପରିବାର ସଦସ୍ୟ ଦେଖି ଛଡାଇଥିଲେ । ଠେଙ୍ଗା ଆକ୍ରମଣରେ ରାଜକୁମାରର ଛାତିରେ ଓ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ପରିବାର ପକ୍ଷ ରାଜକୁମାରକୁ ଏକ ଅଟୋ ଦ୍ଵାରା ଝରିଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଭିମୁଖେ ଅଣୁଥିବା ବେଳେ ରାସ୍ତାରେ ହିଁ ରାଜକୁମାରର ମୃତ୍ୟୁ ହୋଇଥିଲା । ଶେଷରେ ଝରିଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ. ସୋମ ଦାସ ରାଜକୁମାରର ସ୍ୱାସ୍ଥ୍ୟ ପରୀକ୍ଷା କରି ମୃତ ଘଷଣା କରି ଶବ ବ୍ୟବଛେଦ ପରେ ଶବକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରଯାଇଥିଲା । କୁମ ମାଝି ଠାରୁ ଲିଖିତ ଅଭିଯୋଗ ପାଇ ଝରିଗାଁ ଥାନା ଅଧିକାରୀ ଅଭୟ କୁମାର ବେହେରା ଘଟଣା ସ୍ଥଳରେ ପାହଞ୍ଚି ତଦନ୍ତ କରିବା ସହ ଗାଁରୁ ସମଦୁ ମାଝି ,ସମନାଥ ମାଝି ଏବଂ ଗଣେଶ ମାଝିଙ୍କୁ ଝରିଗାଁ ଥାନାରେ ଅଟକ ରଖି ତଦନ୍ତ ଚାଲୁ ରଖିଥିବାର ଜଣେଇଛନ୍ତି ।

Comments are closed.