Related Contents

ରାୟଗଡାରେ ମହା ଆଡମ୍ବରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ରାୟଗଡା (ଗୋପୀନାଥ ଗୌଡ଼):  ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାୟଗଡା ଜିଲ୍ଲା ବ୍ରାହ୍ମଣ ସାହିସ୍ତିତ ପ୍ରସିଦ୍ଧ ରାଧାକାନ୍ତ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଚଳିତ ବର୍ଷ ମଧ୍ୟ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରିବା ବିଧେୟ ରହିଥିଲା । ଭୋର ସକାଳୁ ମନ୍ଦିରର ନୀତିକାନ୍ତି ଓ ବାଳଭୋଗ ଓ ସକାଳର ଆଳତି ସହ ପରେ ଜନସାଧରଣଙ୍କୁ ଦର୍ଶନ କରିବାକୁ ସୁଯୋଗ ଦିଆଯାଇଥିଲା । ବର୍ଷା ନ ହୋଇ ପାଗ ଶୁଖିଲା ଥିବା କାରଣରୁ ମନ୍ଦିର ପରିସରରେ ପ୍ରତି ବର୍ଷଠୁଁ ଅଧିକପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଭିଡ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ, ମନ୍ଦିର ପରିଚାଳନା କମିଟି ପକ୍ଷରୁ ରାୟଗଡା ଜିଲ୍ଲାର ୨ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରିବା ସହ କିଛି ସମାଜ ସେବୀ ଓ ଭୋଲିଣ୍ଟର ପ୍ରମୁଖ ଉପସ୍ଥିତ ଥିଲେ। ମନ୍ଦିର ପରିସରରେ ଘଣ୍ଟ ହୁଳହୁଳି ସହ ଦୀପ ଧୂପରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଉତ୍ସବ ମୁଖର ହୋଇ ଉଠିଥିଲା ।

ନୀତି ନିୟମ ଓ ବିଧି ଅନୁସାରେ ରାତ୍ର ଶ୍ରୀକୃଷ୍ଣଙ୍କ ଜନ୍ମଷ୍ଟମୀ ପ୍ରକ୍ରିୟାକୁ ଆରମ୍ଭ କରିବା ନିମନ୍ତେ ରାୟଗଡା ଜିଲ୍ଲାର ରାଜ ପୁରୋହିତ ଶ୍ରୀ ବାଲିଙ୍କି ଦାଶ ଓ ତାଙ୍କ ସହଯୋଗୀ ବିରଞ୍ଚି ଦାଶ ଓ ମନ୍ଦିର ପୁରୋହିତ ଗୋପୀନାଥ ପାଳ ପ୍ରମୁଖ ଆରମ୍ଭ କରିଥିଲେ। ଏହି ଉତ୍ସବରେ ପୌର ପରିଷଦ ଉପାଧକ୍ଷ ଶ୍ରୀ ରଞ୍ଜନ ବକ୍ସିପାତ୍ର, ମନ୍ଦିର ପରିଚାଳନା କମିଟି ସଦସ୍ୟ ଗୋପୀନାଥ ସାହୁ, ଟୁକୁଲୀ ପାଡି, ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ପାଢ଼ୀ,ସାମ୍ବାଦିକ ଗୋପୀନାଥ ଗୌଡ଼ ଆର. ପି ଖଡ୍ଗରାୟ, ବାପି ପାଳ ଓ ବ୍ରାହ୍ମଣ ସାହିର ସଭାପତି ଉପସ୍ଥିତ ରହିବା ସହ ରାୟଗଡାର ବୋହୁ ମାନ୍ୟ ଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଜନ୍ମାଷ୍ଟମୀ ବିଧି ଅନୁସାରେ ପୂଜା ଆରମ୍ଭ କରିବାକୁ ଶ୍ରୀକୃଷ୍ଣଙ୍କ ମାତା ଓ ପିତା ଓ କର୍ତାରେ, ଜଗନ୍ନାଥ ସାମନ୍ତରାୟ ଓ ତାଙ୍କ ସହ ଧର୍ମିଣୀ ପତ୍ନୀ ଶ୍ରୀ ସୁନିତା ସାମନ୍ତରାୟ ଯୋଗ ଦେଇ ବିଧୀବିଧାନ ନୀତି ନିୟମ ଅନୁସାରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବିଧି ପ୍ରକ୍ରିୟା ଆରମ୍ଭ କରିଥିଲେ। ପ୍ରଥମେ ଦଶମ ସ୍କନ୍ଦ ଭାଗବତ ପାଠ, ଆଳତି, ଓ ହୋମଯଜ୍ଞ ସହ ଶ୍ରୀ କୃଷ୍ଣଙ୍କୁ ଝୁଲାରେ ବିରାଜମାନ କରାଯାଇଥିଲା। ଓ ମଧ୍ୟ ରାତ୍ରରେ ଶ୍ରୀକୃଷ୍ଣୋଙ୍କ ହରେ ରାମ, ହରେ କୃଷ୍ଣୋ କୀର୍ତ୍ତନ ସହ ମନ୍ଦିର ପରିସର ଉତ୍ସବ ମୁଖର ହେବା ସହ ଭକ୍ତ ଭାବ ବିଭୋର ହେବା ଦେଖିବାକୁ ମିଳିଥିଲା।

Comments are closed.