Related Contents

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ

ମ. ରାମପୁର (ଡିଙ୍ଗର କିଶୋର ସାହୁ): ଆଜି କଲାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ପରିସରରେ, ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଠାରେ ଅନ୍ଧ, ମୂକ, ବଧିର, ମାନସିକ ବିକୃତ ମଷ୍ତିସ୍କ,ବ୍ୟକ୍ତିଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ରେ ଭିନ୍ନକ୍ଷମ ମାନେ ସମାଜରେ କିପରି ସ୍ବାଭିମାନ ସହ ବଞ୍ଚିବା ସହ ପ୍ରମାଣ ପତ୍ର ଦେବାପାଇଁ ସଦର ମହକୂମାରୂ ବିଭାଗିୟ ଡାକ୍ତର ମାନେ ଆସି ସହାୟତା କରିଥିଲେ । ଏହା ଏକ ସପ୍ତାହ ଆଗରୁ ଗାଡି ଯୋଗେ ମ.ରାମପୁର ବ୍ଳକ ଅଧିନସ୍ତ ୧୯ ଗୋଟି ଗ୍ରାମ ପଞ୍ଚାୟତର ଗାଁଗାଁ ବୂଲି ମ.ରାମପୁର ବ୍ଳକର ସରକାରି ଅଧିକାରି ମାନେ ଜଣାଇଥିବାରୁ ଆଜି ବହୂତ ଲୋକଙ୍କ ଭୀଡ ଦେଖିବାକୁ ମିଲିଥିଲା । ଏହି ଶିବିରରେ ସ୍ଥାନୀୟ ବିଡ଼ିଓ ରୁମାନା ଜାଫ୍ରି, ବ୍ଲକ ଅଧ୍ୟକ୍ଷ ଜିବେଶ କୁମାର ପଣ୍ଡା ,କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚର ସଭାପତି ସୁରେଶ ଚୌଧାରୀଓ ଲୋକ ପ୍ରତିନିଧି ମାନେ ଯୋଗଦେଇଥିଲେ।

Comments are closed.