Related Contents

କର୍ଲାମୁଣ୍ଡା ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା (ହୀରୋଜ୍ କୁମାର ସାହୁ ) : ରାଜ୍ୟର ୧୦ଟି ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ କ୍ରମରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ମଧ୍ୟ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କର୍ଲାମୁଣ୍ଡା ବ୍ଲକ ପାଇଁ ୨କୋଟି ୪୦ଲକ୍ଷ ଟଙ୍କା ବ୍ୟୟରେ ୧୩୯ଟି ପ୍ରକଳ୍ପକୁ ମଞ୍ଜୁରୀ କରିଥିଲେ । କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଭୁପିନ୍ଦ୍ର ସିଂ, ସ୍ଥାନୀୟ ବିଧାୟକ ଧନେଶ୍ୱର ମାଝି, ବିଧାୟକ ଅନାମ ନାଏକ, ବଳଭଦ୍ର ମାଝୀ, ଜିଲ୍ଲାପାଳ ଗାଭାଲି ପରାଗ ହର୍ଶଦ୍, ବିଡ଼ିଓ କିଶୋର ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରକଳ୍ପ ମଞ୍ଜୁରୀ କାର୍ଯ୍ୟକ୍ରମ ପାଇଁ ବ୍ଲକ ଅଧ୍ୟକ୍ଷ୍ୟା ଅମୃତା ସାହୁ ଭିଡ଼ିଓ କନଫରନ୍ସ ମାଧ୍ୟମରେ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ବିଜୁ ଯୁବ ବାହିନୀ, ବିଜେଡି କର୍ମୀ ଓ ସଧାରଣ ଲୋକ ଯୋଗଦେଇଥିଲେ ।

Comments are closed.