Related Contents

ପୋଷାକକୁ ନେଇ ଏବେ ସୋସିଆଲ ମିଡିଆରେ ପୁଣି ଥରେ ଟ୍ରଲ୍‌ ହୋଇଛନ୍ତି ପରିଣୀତୀ ଚୋପ୍ରା

ନୂଆଦିଲ୍ଲୀ( ଓଡ଼ିଶା ନିୟୁଜ 24 ବ୍ୟୁରୋ,ମୋହିତ ପ୍ରସାଦ ତ୍ରିପାଠି): ବିଲିଉଡ୍‌ ଅଭିନେତ୍ରୀ ପରିଣୀତୀ ଚୋପ୍ରା ନିଜ ଆଗାମୀ ଫିଲ୍ମ୍‌ ‘ନମସ୍ତେ ଇଂଲଣ୍ଡ୍‌’ର ପ୍ରମୋଶନ୍‌କୁ ପିନ୍ଧି ଆସିଥିବା ନିଜ ପୋଷାକକୁ ନେଇ ଏବେ ସୋସିଆଲ ମିଡିଆରେ ଟ୍ରଲ୍‌ ହୋଇଛନ୍ତି।

କିନ୍ତୁ ଶୁକ୍ରବାର ପରିଣୀତୀ ତାଙ୍କ ଆଗାମୀ ଫିଲ୍ମ୍‌ର ପ୍ରମୋଶନ୍ ଉତ୍ସବକୁ ଯେଉଁଭଳି ଭଙ୍ଗୀରେ ଏକ ଟାଇଟ୍‌ ପୋଷାକ ପିନ୍ଧି ଆସିଥିଲେ, ତାକୁ ସୋଶାଲ୍‌ ମିଡିଆରେ ଅନେକ ନାପସନ୍ଦ କରିବା ସହ ପରିଣୀତୀଙ୍କ ଉଦ୍ଦେଶ୍ୟରେ ଖରାପ ଟିପ୍ପଣୀ ମଧ୍ୟ ଦେଇଛନ୍ତି। ଶୁକ୍ରବାର ଫିଲ୍ମ୍‌ର ପ୍ରୋମୋସନ୍‌ ପାଇଁ ପରିଣୀତୀ ଅର୍ଜୁନ୍‌ଙ୍କ ସହିତ ଫୋଟୋ ପାଇଁ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଥିଲା। ‘ନମସ୍ତେ ଇଂଲଣ୍ଡ୍‌’ ପ୍ରୋମୋସନ୍‌କୁ ସେ ଏକ ନୀଳ ରଙ୍ଗର ଡ୍ରେସ୍‌ ପିନ୍ଧି ଆସିଥିଲେ। ଡ୍ରେସ୍‌ଟି ବେକରୁ କଟା ଥିବାବେଳେ ସଙ୍ଗେ ସଙ୍ଗେ ତାହା ତାଙ୍କ ଶରୀରରେ ସଂପୂର୍ଣ୍ଣ ଚିପି ହୋଇ ରହିଥିଲା।

ଏହି ଫୋଟୋସବୁ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ୟୁଜର୍ସ୍‌ମାନେ ପରିଣୀତୀଙ୍କ ଉଦ୍ଦେଶ୍ୟରେ କଡା କମେଣ୍ଟ୍‌ ଦେଇଛନ୍ତି। ‘ନମସ୍ତେ ଇଂଲଣ୍ଡ’ ଫିଲ୍ମଟି ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା ଅଭିନୀତ ‘ନମସ୍ତେ ଲଣ୍ଡନ୍‌’ର ସିକ୍ୱେଲ୍‌ । ଏହା ଅକ୍ଟୋବର ୧୯ରେ ରିଲିଜ୍‌ ହେବ। ଏଥିରେ ଅର୍ଜୁନ୍‌ କପୁର ଓ ପରିଣୀତୀ ଚୋପ୍ରା ନଜର ଆସିବେ |

Comments are closed.