ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

0
475

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୨୩/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପ୍ରଶାସନ ପକ୍ଷରୁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଇଛି ।

ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ହରିଜନ ର ଉପଦେଷ୍ଟା ତଥା ସୁନ୍ଦରଗଡ ର ସ୍ୱତନ୍ତ୍ର ବିକାଶ ପରିଷଦ ଅଧକ୍ଷ ବିନୟ କୁମାର ଟପୋ ଯୋଗଦେଇଥିବା ବେଳେ ବ୍ଲକ ଅଧକ୍ଷ ଯୋଗେନ୍ଦ୍ର ୱାଡକା, ବିଧାୟକ ପ୍ରତିନିଧି ବୃନ୍ଦାବନ ପାଢ଼ୀ, ରାଜ୍ୟସଭା ସାଂସଦ ପ୍ରତିନିଧି ଗେଦାଲି ଶ୍ରୀନିବାସ ରାଓ, ସମିତି ସଭ୍ୟ ଭୀମସେନ ବାଗ, ଜିଲା ପରିଷଦ ସଭ୍ୟ ନିର୍ମଳା କାଡ୍ର।କା, ପୂର୍ବତନ ଉପାଧ୍ୟକ୍ଷା ଭି ୱାରା ପ୍ରସାଦ ରାଓ, ବିଡ଼ିଓ ସୁଧାକର ରଇତ, ଏ ବିଡ଼ିଓ ବଳରାମ ପାତ୍ର, ଜିଲା ପଞ୍ଚାୟତ ଅଧିକାରୀ ରାମକୃଷ୍ଣ ଗଣ୍ଡ, ସିକରପାଇ ସମିତି ସଭ୍ୟ ଗୋପାଳଚେଟି ଜ୍ୟାତି, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ଥାନା ଅଧିକାରୀ ସୁକୁମା ହଂସୁଦା, ଶିଶୁ ବିକାଶ ଅଧିକାରୀ ନଳିନୀ ବୈରାଗୀ ପ୍ରମୁଖ ମଞ୍ଚାସିନ ରହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନସ ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭ ଉଦଘାଟନ କରିଥିଲେ ।b2ebc7a5 5b98 42e7 ab8d 9d1badb9c053 ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

ଏହାପରେ ଦୁର୍ଗମ ନିୟମଗିରି ପାହାଡ ରେ ବସବାସ କରୁଥିବା ପାର୍ଷାଲି ପଞ୍ଚାୟତ ର ୪୩ ଜଣ ଡଙ୍ଗରିଆଙ୍କୁ ଓ ସଦର ପଞ୍ଚାୟତର ୪୦ ଜଣ, ସିକରପାଇ ୪୦ ଜଣ ଓ ବୁଡ଼ାଗୁଡା ୪୮ ଜଣ ମୋଟ ୧୭୧ ଜଣ ଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯାଇଛି ।

ଉକ୍ତ ବ୍ଲକରେ ୧୮ ହଜାର ୧୧ ଟି ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ବୋଲି ଜଣାପଡିଛି । ଏଥିରେ ବ୍ଲକ, ଗ୍ରାମବାସୀ ଓ ଦଳୀୟ କର୍ମୀ ମାନେ ଉପସ୍ଥିତ ରହିଥିଲେ । ଏ ହାକୁ ବିପିଏମ କଳ୍ପତରୁ ବେହେରା, ମାର୍କେଟ ଇନିସ୍ପେକ୍ଟର ସତ୍ୟନାରାୟଣ ଭୋଇ ସମ୍ପୂର୍ଣ ସହଯୋଗ କରିଛନ୍ତି ।