Related Contents

ରୌପ୍ୟ ପଦକ ଜିତିଥିବା ଦୂତି ଚାନ୍ଦଙ୍କ ପାଇଁ ଦେଢ଼ କୋଟି ଟଙ୍କା ଘୋଷଣା ସତ୍ୱେ ସେ ସନ୍ତୁଷ୍ଟ ନୁହଁନ୍ତି

ଭୁବନେଶ୍ୱର (ଓଡ଼ିଶା ନିୟୁଜ24 ବ୍ୟୁରୋ, ମୋହିତ ପ୍ରସାଦ ତ୍ରିପାଠି): ଏସିଆନ୍‌ ଗେମ୍ସରେ ଭାରତ ପାଇଁ ରୌପ୍ୟ ଜିତିଥିବା ଦୂତୀ ଚାନ୍ଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେଢ଼ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି । ମାତ୍ର ଦୂତୀ ଚାନ୍ଦ ଏଥିରେ ସନ୍ତୁଷ୍ଟ ନ ହୋଇ ଆପତ୍ତି ଉଠାଇଛନ୍ତି । ଏହା ସହିତ ଜାଗା କିମ୍ବା ଘର ଦେବାକୁ ଅନୁରୋଧ କରିଛନ୍ତି ।

ଇଣ୍ଡୋନେସିଆରେ ଏସିଆନ୍‌ ଗେମ୍ସର ୧୮ ତମ ସଂସ୍କରଣରେ ଗତକାଲି ଦୂତି ଚାନ୍ଦ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଛନ୍ତି । ୧୯୮୬ ମସିହା ପରେ ୧୦୦ ମିଟର ଦୌଡ଼କୁଦରେ ପଦକ ଜିତି ଦୂତି ଦେଶକୁ ଗୌରବାନ୍ୱିତ କରିଛନ୍ତି । ଦୂତିଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଦୂତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଛନ୍ତି ଯେ ଅନ୍ୟ ରାଜ୍ୟରେ ବିଜେତାମାନଙ୍କୁ ସେଠାକାର ସରକାର ଏହାଠାରୁ ଅଧିକ ଟଙ୍କା ପ୍ରଦାନ କରୁଛନ୍ତି । ତେଣୁ ଭୁବନେଶ୍ୱରରେ ଜାଗା କିମ୍ବା ଘର ଗୋଟେ ଦେଲେ ସେ ଅଧିକ ଖୁସି ହେବେ ବୋଲି କହିଛନ୍ତି ।

Comments are closed.