Related Contents

ବନ୍ୟା ଘେରରେ ଥିବା ୭ ଜଣଙ୍କୁ ଉଦ୍ଧାର କଲା ଓଡ୍ରାଫ ଟିମ

କର୍ଲାମୁଣ୍ଡା (ହିରୋଜ କୁମାର ସାହୁ ): କଳାହାଣ୍ଡି ଜିଲ୍ଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ଅନେକ ନଦୀ ଫୁଲିବାରେ ଲାଗିଛି  | ତେଲ ଓ ଉତେଇ ନଦୀ ସଙ୍ଗମ ସ୍ଥଳରେ ଥିବା ବେଳଖଣ୍ଡି ଶୈବପୀଠରେ ଆଜି ଫସି ରହିଥିବା ୭ ଜଣଙ୍କୁ ଉଦ୍ଧାର କରିଛି ଓଡ୍ରାଫ ଟିମ |

ନଦୀର ଜଳସ୍ତର ହଟାତ ଫୁଲିବାରେ ଲାଗିବାରୁ ମନ୍ଦିର ପରିସରରେ ଥିବା ୭ ଜଣ ଆସି ପାରିନଥିଲେ I ଫଳରେ ସୂଚନା ପାଇଁ ପ୍ରଶାସନ ପକ୍ଷରୁ କେସିଙ୍ଗା ବି.ଡି.ଓ,ଅତିରିକ୍ତ ତହସିଲଦାର,ଡି.ଇ.ଓ ବେଲଖଣ୍ଡି,ରାଜସ୍ୱ ନୀରିକ୍ଷକ ଅଧିକାରୀ ତୁଂଡଲା,ସରପଞ୍ଚ ବେଲଖଣ୍ଡି,ପୋଲିସ ଫାଣ୍ଡି ଅଧିକାରୀ ପାଲମ ତତ୍ୱାବଧାନରେ ଅଗ୍ନି ସମ ବିଭାଗ ଦ୍ୱାରା ଲୋକଙ୍କୁ ଉଦ୍ଧାର କରାଯାଇଥିଲା I ସେମାନଙ୍କ ମଧ୍ୟରୁ ୫ ଜଣ ସୋନପୁର ଜିଲ୍ଲା ର ଡୁଙ୍ଗୁରିପାଲି .ବୃନ୍ଦାବନ ନାଏକ(୧୫),ପିଣ୍ଟୁ ମହାଳିକ(୨୫),ଅବିଲ ସେଠ୍(୧୮),ତୀର୍ଥ ବୁଡ଼େକ(୨୭),ପିନି ବୁଡ଼େକ(୪୨) ଓ ଦୁଇ ଜଣ ସ୍ଥାନୀୟ ଅଞ୍ଚଳର ବନମାଳୀ ସାହୁ-୬୫ (ବେଲଖଣ୍ଡି),ଭଗତ ଯାନୀ-୩୨(ତାଲଭଁରା) ବୋଲି ଜଣା ପଡିଛି I

Comments are closed.