ବିଷମକଟକ ନିର୍ବାଚନ ମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକଙ୍କ ମୁନିଗୁଡା ଗସ୍ତ : କର୍ମୀଙ୍କ ସହ ଆଲୋଚନା

0
150

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା,(୨୧/୧୧) : ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ବିଜେଡି ର ବିଷମକଟକ ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷକ ପ୍ରଶାନ୍ତ ନାୟକ ରବିବାର ମୁନିଗୁଡା ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l

ବିଜେଡି ବ୍ଲକ ସଭାପତି ରତନଲାଲ ଜୈନ ଓ ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ଼ଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ବ୍ଲକର ୧୭ ଟି ଗ୍ରାମ ପଞ୍ଚାୟତରୁ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ବିଷମକଟକ ନିର୍ବାଚନ ମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ଙ୍କ ସହିତ ଆଲୋଚନା କରିଥିଲେ l

ଏହି ଅବସରରେ ମୁନିଗୁଡାକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ଦାବି ଦୀର୍ଘ ଦିନ ଧରି ରହିଥିବାରୁ ନିର୍ବାଚନ ପୂର୍ବରୁ ଶୀଘ୍ର ଘୋଷଣା କରିବାକୁ ଦାବି ଦୋହରାଇ ଥିଲେ l ଶେଷରେ ଏହି ଦାବିକୁ ସରକାରଙ୍କ ପାଖରେ ପହଞ୍ଚାଇବାକୁ ପ୍ରତିଶୃତି ଦେବା ସହ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଦଳ କିପରି ଏକତ୍ରିତ ହୋଇ କାର୍ଯ୍ୟ କରିବ ଏବଂ ଚଳିତ ନିର୍ବାଚନରେ କିପରି ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଓ ୱାର୍ଡ ସଭ୍ୟ ଆସନ ଅକ୍ତିଆର କରିବ ସେନେଇ ବିସ୍ତୃତ ଭାବେ ବୁଝାଇଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ବିଜେଡିର ସଂଗଠକ ବୃନ୍ଦାବନ ପାଢ଼ୀ, ଲବଣ୍ୟ ପାଣିଗ୍ରାହୀ, ସୀମାଞ୍ଚଳ ଦାସ, ଅଶ୍ୱିନୀ ବେହେରା, ଜାମି ମହେଶ, ଜାମି ଭାନୁ ପ୍ରତାପ, ଗୋବିନ୍ଦ ଚନ୍ଦ୍ର ଧବଳ, ଶେଖ ନାସାଦ, ବ୍ରଜବନ୍ଧୁ ମାଣ୍ଡାଙ୍ଗି, ମଧୁ ମାଣ୍ଡାଦି, ଅନିଲ କଅଁର ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ l