ମାର୍କେଟ କମ୍ପ୍ଲେକ୍ସର ଉଦ୍ଘାଟନ ୪ବର୍ଷ ପରେ ବି ପ୍ରଶାସନ ଚୁପ – ବ୍ୟବସାୟୀ ହଇରାଣ

ଜୟପୁର, କୋରାପୁଟ (ସୌମ୍ୟ ରଞ୍ଜନ ସାହୁ): କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ୍ ଅନ୍ତର୍ଗତ ଡଙ୍ଗରପାଉଁସୀ ଗ୍ରାମ ପଞ୍ଚାୟତର ଫୁପୁଗାଁ ଗ୍ରାମରେ ୪ବର୍ଷ ବିତିଗଲାଣୀ ମାର୍କେଟ କୋମ୍ପ୍ଲେକ୍ସ ଶୂଭ ଦେଇକି ।

ଏଠାରେ ଶୂଭ ଦେଇଛନ୍ତି ବର୍ତ୍ତମାନର ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ, ଅଧକ୍ଷା କୋରାପୁଟ ଜିଲ୍ଲା ପରିଷଦ ମାଳିତି ମାଝୀ, ପଞ୍ଚାୟତ ସମିତୀ ଅଧ୍ୟକ୍ଷା କୁନ୍ଦ୍ରା ପଦ୍ମନୀ ମୁଦୁଲି, ଜିଲାପରିଷଦ କନଲତା ପେଣ୍ଟିଆ, ଗୋଶ୍ଠି ଉନ୍ନୟନ ଅଧିକାରୀ କୁନ୍ଦ୍ରା ବିଜୟ ନନ୍ଦ ସେଠି ପ୍ରମୁଖ ଏହି ଫଳକ ସ୍ଥାପନ କରିକି ୪ବର୍ଷ ବିତିଗଲାଣି କିନ୍ତୁ ମାର୍କେଟ କମ୍ପ୍ଲେକ୍ସ ପାଇଁ ବଞ୍ଚିତ ଫୁପୁଗା ଗ୍ରାମ ବାସୀ । ମାର୍କେଟ କୋମ୍ପ୍ଲେକ୍ସ ଆଶାୟୀ ଦୈମତି ଜଡଙ୍ଗ୍ୟ, ତିଳତମା ନାୟକ,ପାନ ହରିଜନ ଏବଂ ପ୍ରତିମା ସମରଥ ମାର୍କେଟ କମ୍ପ୍ଲେକ୍ସ କୁ ଅପେକ୍ଷା କରି କରି ଏବେ ସୁଦ୍ଧା ହେଇନଥିବାରୁ ବର୍ଷାରେ ନିଜ ଚେଷ୍ଟାରେ ବା ନିଜ ଉଦ୍ୟମରେ ଚାଳ ଝପୁରି କରିକି ନିଜ ବ୍ୟବସାୟ ଚଳାଇଛନ୍ତି । ଏତେ କଷ୍ଟରେ ଅଶାୟୀମାନେ ଅପେକ୍ଷା କରିଛନ୍ତି କିନ୍ତୁ ପ୍ରଶାସନ ଅଖି ବୁଜି ବସିଛି । ପ୍ରଶାସନ କଣ ରାଜନିତିକ ଚାପରେ ବସିଛି ନା ରଜନିତିକ ବ୍ୟକ୍ତି ବିଶେସ ନିଜ ରାଜନିତିର ଫାଇଦା ନେବାକୁ ଫଳକ ସ୍ଥାପନ କରି ନିଜ ଫାଇଦା ନେବେ ବୋଲି ବସିଛି ଏହି କାରଣରୁ ସାଧାରଣର ଲୋକଙ୍କ ମନରେ ପ୍ରଶ୍ନ ଉଁକିମାରୁଛି।

Comments are closed.