Related Contents

ଚିଲିକା ମଝିରେ ଘୂର୍ଣ୍ଣିଝଡ

ଭୁବନେଶ୍ୱର (ମୋହିତ ପ୍ରସାଦ ତ୍ରିପାଠି ): ଚିଲିକା ମଝିରେ ଘୂର୍ଣ୍ଣିଝଡ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଚିଲିକାର ଗମ୍ଭାରୀ ପଂଚାୟତ ଟୁଆ ଗାଁ ନିକଟରେ ।

ଗତକାଲି ଅପରାହ୍ନରେ କୃଷ୍ଣପ୍ରସାଦ ଇଲାକାରେ କଲାହାଣ୍ଡିଆ ମେଘ ସହ ଜୋରରେ ପବନ ବୋହିଥିଲା । ପବନ ସହିତ ଚିଲିକାରୁ ପ୍ରବଳ ବେଗରେ ପାଣି ଉଠିବା ଦେଖାଯାଇଥିଲା । ଏଥିରେ ଟୁଆ ଗାଁରେ ଏକ ଘରର ୩ ବଖରା ଆଜବେଷ୍ଟ ଘର ଉଡିଯାଇଥିଲା ଓ ୩ ବଖରା ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଘରେ ଥିବା ଲୋକେ ବର୍ତ୍ତିଯାଇଥିବାବେଳେ ଆଖାପାଖରେ ଥିବା ଆଉ ଦୁଇଟି ଚାଳ ଛପର ଉଡିଯାଇଛି । ଘୂର୍ଣ୍ଣିଝଡ଼ ହୋଇଥିବା ସ୍ଥାନରେ ଚିଲିକାର ଜଳରାଶି ଉପରକୁ ଯାଉଥିବା ଦେଖାଯାଉଥିଲା । ସୂଚନାଅନୁସାରେ ଗତକାଲି ଅପରାହ୍ନରେ ହଠାତ୍ ଚିଲିକାର ଗମ୍ଭାରୀ ପଞ୍ଚାୟତ ଟୁଆ ଗାଁ ନିକଟରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିଲା । ଚିଲିକା ଜଳରାଶି ଉପରେ ଏହି ଘୂର୍ଣ୍ଣିଝଡ଼ (ଟର୍ଣ୍ଣାଡୋ) ହୋଇଥିବାରୁ ସ୍ଥଳଭାଗରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନାହିଁ । ପବନ ସହିତ ଚିଲିକାରୁ ପ୍ରବଳ ବେଗରେ ପାଣି ଉଠିବା ଦେଖାଯାଇଥିଲା। ଘୂର୍ଣ୍ଣିଝଡ଼ ହୋଇଥିବା ସ୍ଥାନରେ ଚିଲିକାର ଜଳରାଶି ଉପରକୁ ଉଠିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

Comments are closed.