ଚନ୍ଦ୍ରପଡ଼ା ନାଏବ ସରପଞ୍ଚଙ୍କ ସ୍ୱାମୀ ନଦୀରେ ବୁଡି ନିଖୋଜ

ବୈପାରୀଗୁଡା (ଏନ. ସନ୍ତୋଷ କୁମାର): କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚନ୍ଦ୍ରପଡ଼ା ପଂଚାୟତର ବାଣୁଆଗୁଡା ଗ୍ରାମର ନାଏବ ସରପଞ୍ଚ ନଇମତି ଦଳେଇଙ୍କ ସ୍ୱାମୀ କୋମଳ ଲୋଚନ ଦଳେଇ ଗତ କାଲିଠାରୁ ନିକଟସ୍ଥ କୁକୁଡ଼ାଗଡ଼ ନଦୀରେ ବୁଡି ନିଖୋଜ ହୋଇଥିବା ଜଣାପଡିଛି |

ସୂଚନାରୁ ପ୍ରକାଶ ଯେ ଗତକାଲି ଅପରାହ୍ନ ୪ଟା ବେଳେ କୋମଳ ଲୋଚନ ନିଜର ବ୍ଲଡ଼ ସହ କୁକୁଡ଼ାଗଡ଼ ନଦୀ ପର କରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟାଇଥିବାର ଅନୁମାନ କରାଯାଉଛି | ଏହି ବିଷୟରେ ଗ୍ରାମବାସୀ ଖବର ପାଇଁ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ ଏବଂ ରାତ୍ର ୭ଟା ପର୍ଯ୍ୟନ୍ତ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ | ତାପରେ ପୁଣି ଆଜି ସକାଳ ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟକ୍ରମ ଜାରି ରଖିଥିଲେ କିନ୍ତୁ ଦୀପ ସମୟଧରି ଉଦ୍ଧାର କାର୍ଯ୍ୟକ୍ରମକୁ ଭୀଷଣ ବର୍ଷ ବାଧା ସୃଷ୍ଟି କରିଥିଲା | ଯଦି ଆବଶ୍ୟକ ପଡିଲେ କୋରାପୁଟ ଓଡ୍ରlଫଟ ଟିମ୍କୁ ମଧ୍ୟ ସାହାଯ୍ୟ ମଗାଯିବ ବୋଲି ଅତିରିକ୍ତ ତହସିଲଦାର ସଂଜୀବ କୁମାର ସାହୁ ପ୍ରକାଶ କରିଛନ୍ତି | ଅନ୍ୟପଟେ କୋମଳ ଲୋଚନ ଙ୍କ ମା ହୀରାମଣି, ସ୍ତ୍ରୀ ନଇମତି, ପୁଅ ବଳନ୍ତା ଏବଂ ଝିଅ ଦୀପ ବର୍ତ୍ତମାନ ଦୁଃଖରେ ଭାଙ୍ଗି ପଡିଛନ୍ତି | ବୈପାରୀଗୁଡା ଅଗ୍ନିଶମ ବିଭାଗକୁ ସ୍ଥାନୀୟ ସରପଞ୍ଚ ଅଭି ନାୟକ, ବୈପାରୀଗୁଡା ସରପଞ୍ଚ ଭାଗିରଥି ମୁରଜିଆ, ସୁରେନ୍ଦ୍ର ନାୟକଙ୍କ ସହ ସ୍ଥାନୀୟ ଗ୍ରାମବାସୀ ସହଯୋଗ କରିଥିବାର ଜଣାପଡିଛି | କୋମଳ ଲୋଚନ ଦଳେଇ ଙ୍କ ଶରୀର ଉଦ୍ଧାର କାର୍ଯ୍ୟକ୍ରମ ଆସନ୍ତା କଳିକୁ ମଧ୍ୟ ଜାରିରହିବ ବୋଲି ଜଣାପଡିଛି |

Comments are closed.