ରିପୋର୍ଟ : ନରୋତ୍ତମ ପାଢ଼ୀ //
ବିଷମକଟକ,(୨୧/୧୧) : ବିଷମ କଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ଗ୍ରାମର ଆଦର୍ଶ ବିଦ୍ୟାଳୟରେ ଚାଇଲ୍ଡ ଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟତ୍ରୀ ମଧୁସ୍ମିତା ଦାସ ଓ ୨୦୦ ଜଣ ଛାତ୍ର ଓ ଛାତ୍ରୀ ମାନକୁ ନେଇ ବାଲ୍ୟ ବିବାହକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଚେତନ କରାଇବା ସହ ପିଲାମାନଙ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିଥିଲେ । ଆଜି ଦୁର୍ଗୀ ଗ୍ରାମର ଆଦର୍ଶ ବିଦ୍ୟାଳୟ ଭାଲେରି ଠାରେ ଚାଇଲଡ ଲାଇନ ତରଫରୁ ଚାଇଲଡ ଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ କରାଯାଇଥିଲା |
ପିଲାଙ୍କୁ ନେଇ ପ୍ରତିଯୋଗିତା ସହ ବାଲ୍ୟ ବିବାହ ନ କରିବା ଏବଂ ଅସୁବିଧା ସମୟରେ ୧୦୯୮ କୁ ଫୋନ କରିବା ପାଇଁ କୁହାଯାଇଥିଲା | ଶେଷରେ ପିଲାଙ୍କୁ ପୁରସ୍କାର ଦିଆଯାଇ କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା | ଏହାକୁ ଚାଇଲଡ ଲାଇନ ସଦସ୍ୟ ରାଧେଶ୍ୟାମ ହିଆଲ, ସୁରଜିତ ଡୁଙ୍ଗ ଡୁଙ୍ଗ ଓ ସାଧୁ କଲକା ପରିଚାଳନା କରିଥିଲେ |