Friday, March 29, 2024

Top 5 This Week

Related Posts

ନିରାଶ୍ରୟ ବ୍ୟକ୍ତି ଙ୍କ ଥଇଥାନ ଓ ସୁରକ୍ଷା ଦିଗରେ “ଆଶ୍ରୟ” (SUH) ବୌଦ୍ଧ ଗଡ଼ ର ଭୂମିକା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୦/୧୧) : ଜିଲ୍ଳା ପ୍ରଶାସନ ବୌଦ୍ଧ (ସାମାଜିକ ସୁରକ୍ଷା)ଙ୍କ ଅନୁରୋଧ କ୍ରମେ ” ଆଶ୍ରୟ ” ବୌଦ୍ଧ ଗଡ଼ ପକ୍ଷରୁ ଜନୈକ ନିରାଶ୍ରୟ ବ୍ୟକ୍ତି ଙ୍କୁ କଣ୍ଟାମାଳ ରୁ ଉଦ୍ଧାର କରାଯାଇଛି l

ସୂଚନା ଏହିକି, ଶୈଶବ ସମୟ ରୁ ଛତ୍ତିଶଗଡ଼ ରୁ ଆସି କଣ୍ଟାମାଳ ବଜାର୍ ରେ ନିରାଶ୍ରୟ ଭାବେ ଘୂରିବୁଲୁଥିବା ୪୨ ବର୍ଷୀୟ ଏହି ବ୍ୟକ୍ତି ଙ୍କ ନାମ – କରନ ଯାଦବ l ଶାରୀରିକ ଅସୁସ୍ଥତା ଓ ପରିବାର ଲୋକ ଙ୍କ ବିଚ୍ଛେଦ ରେ ସେ ମାନସିକ ସ୍ତରରେ ଦୁର୍ବଳ ଥିବାର ଜଣାଯାଏ l ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ସହ ନିଜ ରାଜ୍ୟ କୁ ପଠାଇବାରେ ଜିଲ୍ଲା ପ୍ରଶାସନ ସହାୟକ ହେଲେ, ଅସହାୟ କରନ ସୁନ୍ଦର୍ ଜୀବନ୍ କଟେଇ ପାରିବେ ବୋଲ ଆଶା କରା ଯାଏ | କରନ ବର୍ତ୍ତମାନ ଆଶ୍ରୟ ସ୍ଥଳ ରେ ଅନ୍ତେବାସୀ ଙ୍କ ସହ ଭଲରେ ଅଛନ୍ତି | ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଜିଲ୍ଲା ପ୍ରଶାସନ ଙ୍କ ସହିତ ସାକ୍ଷାତକାର କରାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ରୟ ସ୍ଥଳୀ ପରିଚାଳକ କୃପାସିନ୍ଧୁ ହୋତା ସୂଚନା ଦେଇଛନ୍ତି |

Popular Articles