Thursday, August 6, 2020
Home Government News ପାଣି ଘେରରେ ଉବୁଟୁବୁ ରାଇଘର ବ୍ଲକ କାର୍ଯ୍ୟାଳୟ

ପାଣି ଘେରରେ ଉବୁଟୁବୁ ରାଇଘର ବ୍ଲକ କାର୍ଯ୍ୟାଳୟ

ରାଇଘର (ଜ୍ୟୋତି ସାହୁ): ନବରଙ୍ଗପୁର ରାଇଘର ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ମାତ୍ର ୩୦ମିନିଟ ବର୍ଷରେ ପୋଖରୀ ସଦୃଶ ପାଣି ଜମା ହୋଇଥିଲା | ଜଳ ନିଷ୍କାସନର କୌଣସି ସୁବିଧା ନ ଥିବା ବେଳେ ପୂର୍ବରୁ ବହୁବାର ଏପରି ଦୃଶ୍ୟ ରାଇଘର ବାସି ଦେଖିଛନ୍ତି ଏବଂ ସମାଲୋଚନାର ବିଷୟ ମଧ୍ୟ ପାଲଟିଛି |

ବ୍ଲକ ପ୍ରଶାସନ ଯଦି ନିଜର ଦୈନନ୍ଦିନ କାର୍ଯ୍ୟାଳୟକୁ ଦେଖାରେଖା କରିପାରୁନାହିଁ କି ଜଳ ନିଷ୍କାସନର ସୁବିଧା କରିପାରୁନାହିଁ ସେମାନେ ପୁଣି ସାଧାରଣ ଜନତାଙ୍କ ବିଭିନ୍ନ ଅସୁବିଧା କେମିତି ଦୂର କରିପାରିବେ ବୋଲି ପ୍ରଶ୍ନ ଉଠୁଛି | ଯେଉଁ ବ୍ଲକ କାର୍ଯ୍ୟାଳୟରେ ଜେଇ ମାନେ ବ୍ଲକରେ ଥିବା ୨୩ଟି ପଂଚାୟତର ଉନ୍ନୟନ କାମର ଏସ୍ଟିମେଟ କରିଥାନ୍ତି ସେମାନେ ନିଜ ଅଫିସ ପରିସରକୁ ଅଣଦେଖା ଯୋଗୁଁ ଆଜି ଏପରି ଦୃଶ୍ୟ ଦେଖିବାକୁ ପଡିଥିଲା | ଅଧ୍ୟକ୍ଷଙ୍କ କକ୍ଷ, କୃଷି ବିଭାଗ କାର୍ଯ୍ୟାଳୟ ମଧ୍ୟରେ ଦେଖିବାକୁ ମିଳିଥିଲା ଆଣ୍ଠୁଏ ପାଣି ପରେ ବ୍ଲକ ପାଚେରୀକୁ ଲାଗିରହିଥିବା ଡ୍ରେନ ସହ ଏକ ନାଳ କରି ଜଳ ନିଷ୍କାସନ କରାଯାଇଥିଲା | ବ୍ଲକ ଅଧ୍ୟକ୍ଷ ଟେବୁଲ, ଚେୟାର ସହ କୃଷି ବିଭାଗ ସମସ୍ତ ଆସବାବ ପତ୍ର ମଧ୍ୟ ଜଳଘେରରେ ଥିବା ଦେଖିବାକୁ ମିଳିଥିଲା |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜନ୍ମରୁ ଅନ୍ଧ, ପୁଣି ସ୍ତ୍ରୀ ଶଯ୍ୟାଶାୟୀ, ମୁଣ୍ଡ ଗୁଞ୍ଜିବା ପାଇଁ ବାରଦୁଆର-ପ୍ରଶାସନର ଦୃଷ୍ଟି ପଡୁ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ବୁଡେନ ଗ୍ରାମପଂଚାୟତ ଅନ୍ତର୍ଗତ ସିଲେଟପାଲି ଗ୍ରାମର ରଘୁ ନାଗର ଏକ ଦୁଃଖଦ କାହାଣୀ । ଜନ୍ମ...

ବନ୍ଧୁଗାଁ ରେ ବିଭିନ୍ନ କାର୍ଯ୍ୟାଳୟରେ ନିରବ ପ୍ରର୍ଥନ ସହ ଶପଥ ପାଠ ଅନୁଷ୍ଠିତ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୫:୮:୨୦): ବନ୍ଧୁଗାଁ ବ୍ଲକଠାରେ ଆଜି ପୋଲିସ ବିଭାଗର ସମସ୍ତ ଅଧ8କାରୀ,ଅଗ୍ନିଶମ ବିଭାଗର ସମସ୍ତ ଅଧିକାରୀ ଓ ବନ ବିଭାଗର ରେଞ୍ଜର କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ଉପିସ୍ତିତରେ ଆଜି...

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଅବସରରେ ବୋରିଗୁମ୍ମା ଭା.ଜ.ପା.ତରଫରୁ ହୋମ ଓ ପୂଜାପାଠ

ରିପୋର୍ଟ : ରବିଶଙ୍କର ମହାପାତ୍ର // କୋରାପୁଟ(୦୫/୦୮): ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଶ୍ରୀରାମ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉପଲକ୍ଷେ ସାମାଜିକ...

ଆନ୍ତର୍ଜାତୀକ ସ୍ତରରେ ଗଙ୍ଗାଧର ଜୟନ୍ତୀର ପ୍ରଥମ ୱେବନିଅର, ଦୁବାଇ ପଶ୍ଚିମ ଓଡିଶା କମ୍ୟୁନିଟିର ଆଲୋଚନା ଚକ୍ର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ପବିତ୍ର ଶ୍ରାବଣ ପୁର୍ଣ୍ଣିମା ଦିବସରେ ୟୁଏଇ ଅନ୍ତର୍ଗତ ଦୁବାଇରେ ଡିଜିଟାଲାଇଜେସନ ଭାବରେ ପ୍ରଥମ ଥର ପାଇଁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ...

Recent Comments

%d bloggers like this: