ସଡକ ଦୁର୍ଘଟଣାରେ ଜଣକ ମୃତ୍ୟୁ-ଘଟଣା ସ୍ଥଳରେ ଉତ୍ତେଜନା

ଜୟପରୁ (ସୌମ୍ୟ ରଞ୍ଜନ ସାହୁ): ଜୟପୁର ହାଟପଦାଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି |

ମିଳିଥିବା ସୂଚନା ଅନୁଯାୟୀ ଜୟପୁର ନୂଆସାହିର ବାବୁଲା ପାଇକରାୟ ଜୟପୁର ରୁ ବାଇକ ଯୋଗେ କୋରାପୁଟ ଅଭିମୁଖେ ଯାଉଥିଲେ | ଜୟପୁର ହାଟପଦା ନିକଟରେ କୌଣସି କାର୍ଯ୍ୟ ବଶତଃ ବାଇକ୍ର ବିକେଟର ଜଳେଇ ବାମ ପାଖକୁ ମୋଡ଼ିଥିଲେ | ସେହି ସମୟରେ ପଛପଟୁ ଦ୍ରୁତ ଗତିରେ ଜୟପୁର ଠାରୁ ପଡୁଆ ଯାଉଥିବା ମହାବାହୁ ବସ ବାବୁଲା ପାଇକରାୟ କୁ ପଛପଟୁ ଧକ୍କା ଦେଇଥିଲା | ଫଳରେ ବାବୁଲା ପାଇକରାୟ ଭାରସାମ୍ୟ ହରାଇ ବସ ର ଚକତଳେ ପଡିଯାଇଥିଲେ | ଭାରସାମ୍ୟ ହରାଇ ପଡିଯିବା ପରେ ବସ୍ତି ବାବୁଲାଙ୍କ ଉପରେ ଚଢ଼ିଯାଇଥିଲା | ଘଟଣା ସ୍ଥଳରେ ହିଁ ବବୂଲାଙ୍କ ମୃତ୍ୟୁ ହୋଇଯାଇଥିଲା | ଫଳରେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା |

Comments are closed.